ସଶସ୍ତ୍ର ହେବେ ଅବକାରୀ ଅଧିକାରୀ

0

ଭୁବନେଶ୍ୱର : ସଶସ୍ତ୍ର ହେବେ ଅବକାରୀ ଅଧିକାରୀ ଓ କର୍ମଚାରୀ । ଗୃହ ବିଭାଗ ଜରିଆରେ ସେମାନଙ୍କୁ ଦିଆଯିବ ତାଲିମ । ଏନେଇ ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ନିଶା ଦ୍ରବ୍ୟ ଚଢ଼ାଉ ସମୟରେ ନିଶା ବେପାରୀଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଛନ୍ତି ବହୁ ଅବକାରୀ ଅଧିକାରୀ କର୍ମଚାରୀ । ଏ ନେଇ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ତେଣୁ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସଶକ୍ତ ଓ ସଶସ୍ତ୍ର କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏ ନେଇ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଅବକାରୀ ମନ୍ତ୍ରୀ । ଅବକାରୀ ନୀତି ଅନୁସାରେ ଖୁବ ଶୀଘ୍ର ଅବକାରୀ ଅଧିକାରୀଙ୍କୁ ବନ୍ଧୁକ ଦିଆଯିବ । ଯାହା ଦ୍ୱାରା ସେମାନେ ଚୋରା ନିଶା ବେପାରୀଙ୍କ ମୁକାବିଲା କରିବେ । ବନ୍ଧୁକ ଚଳାଇବା ଟ୍ରେନିଂ ଗୃହ ବିଭାଗ ଦେବ ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗୃହରେ ବିବୃତି ରଖିଛନ୍ତି ।