ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

0

ନୂଆଦିଲ୍ଲୀ: ଆଜିଠୁ ଗଡିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ୟ୍ୟଟନ ଟ୍ରେନ । ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନର ଶୁଭାରମ୍ଭ କରିବେ । ଏହି ଟ୍ରେନଟି ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯାତ୍ରା କରିବ । ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏହି ଟ୍ରେନ୍ ଯାତ୍ରା କରିବ । ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ ହୋଇଥିବା କୁହାଯାଇଛି ।