ପୁରୀ(ଜୟନ୍ତ ସେଠୀ): ଦଶହରା ସରିବା ପରେ ଆଗକୁ ଆସୁଛି କୁମାରପୂଣ୍ଣିମା । ବିଭିନ୍ନ ଗାଁ ଓ ସହର ମାନଙ୍କରେ କୁମାର ଉତ୍ସବ ଅନୁଷ୍ଠିତ ହେବ । ତେଣୁ ପିପିଲି ଅଲାରପୁର ମେଲଣ ପଡ଼ିଆରେ ୪ଦିନ ଧରି ହେବାକୁ ଯାଉଛି କୁମାର ଉତ୍ସବ । ତେବେ ସେଠାରେ ଧର୍ମେନ୍ଦ୍ର ପ୍ରଧାନ ପହଁଚି ଉସ୍ରବର ଉଦ୍ଘାଟନ କରିଛନ୍ତି । ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ହରଦୁର୍ଗା ୟୁଥ କ୍ଲବ୍ ତରଫରୁ ହେଉଥିବା କୁମାର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ତେବେ ଅଲାରପୁରରେ ପହଁଚିବା ପରେ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ ମିଳିଥିଲା ପ୍ରଧାନଙ୍କୁ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭାଷଣ ଦେବା ସମୟରେ ପୁରୀ ଓ ଅଲାରପୁରର ହସ୍ତଶିଳ୍ପ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି । ତେବେ ସେ କହିଛନ୍ତି ଏହି ହସ୍ତଶିଳ୍ପ କିପରି ଆଗକୁ ବଢିବ ତାହା ପାଇଁ ଯୁବଶକ୍ତି ଆଗକୁ ବଢିବା ଦରକାର । ଏହାକୁ ବାଦ ଦେଲେ ଅଲାରପୁର ଯୁବକଙ୍କ ଦ୍ୱାରା ଗାଁର ଚିତ୍ରକୁ ନେଇ ପ୍ରସ୍ତୁତ ସଙ୍ଗୀତ ଭିଡ଼ିଓକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ ।