ୟୁକ୍ରେନ ଫେରନ୍ତାଙ୍କୁ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

0

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ଯୁଦ୍ଧ ଭିତରେ ଫସି ରହିିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ମିସନ ଗଙ୍ଗାର ସଫଳ କାର୍ଯ୍ୟ ଜାରି ରହିଛି । ଅନେକ ଭାରତୀୟ ଭାରତରେ ପହଞ୍ଚି ସାରିଲେଣି । ଏହି ମିସନରେ ଭାରତୀୟ ବାୟୁସେନା ମଧ୍ୟ ସାମିଲ ଥିଲେ । ଏହାପରେ ବିମାନ ବନ୍ଦରରେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣି ପାଇଲଟ ଓ ବିମାନ ସେବା କର୍ମଚାରୀ ଭାରତରେ ପହଞ୍ଚିଥିଲେ । ଆଉ ଏହି ପରିପ୍ରେଖିରେ ୟୁକ୍ରେନ ଫେରନ୍ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଏଥିସହ ସେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିଥିବାରୁ ପାଇଲଟ ଓ ବିମାନ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।