ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସୁଧାଂଶୁ ସାହୁ ପାଇବେ NSS ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର

0

ଭୁବନେଶ୍ୱର : NSS ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର ପାଇବେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସୁଧାଂଶୁ ସାହୁ | ୨୦୨୦-୨୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ପୁରସ୍କାର ପାଇଁ ଚୟନ ହୋଇଛନ୍ତି | ସେ ପୂର୍ବରୁ ନୟାଗଡ଼, ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଢିବା ସମୟରୁ NSS ସହ ଯୋଡ଼ି ହୋଇ ଅନେକ ଉନ୍ନତ ମାନର କାମ କରିଆସିଛନ୍ତି।କେବଳ ସେତିକି ନୁହେଁ ପୂର୍ବରୁ ରାଜୀବ ଗାନ୍ଧୀ ପୁରସ୍କାର, ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ସେବା ପୁରସ୍କାର, ଜିଲ୍ଲାପାଳଙ୍କ ଠାରୁ ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ଏକକ ଅଭିନୟ ପାଇଁ ପୁରସ୍କାର , ସାହିତ୍ୟ ପୁରସ୍କାର ଏହି ପରି ଅନେକ ପୁରସ୍କାର ସହ ରକ୍ତଦାନ ଶିବିର ଆୟୋଜନ ସହ NSS ମାଧ୍ୟମରେ ନିଜ ଅଞ୍ଚଳରେ ଅନେକ ବୃକ୍ଷରୋପଣ କାଯ୍ୟ କରିଛନ୍ତି | ସୁଧାଂଶୁ ବିଶ୍ୱବିଦ୍ୟାଳୟରେ ଏନଏସଏସ ସହ ଯୋଡ଼ି ହୋଇ ଅନେକ କାଯ୍ୟ କରିଆସିଛନ୍ତି । ସେଥିପାଇଁ ସୁଧାଂଶୁ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର ପାଇଁ ଚୟନ ହୋଇଛନ୍ତି |