ଦିଲ୍ଲୀ ଅନଲକ୍ ୪ ପାଇଁ ପ୍ରସ୍ତୁତି

ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ଦ୍ୱିତୀୟ ଲହରୀର ପ୍ରକୋପ ଧିରେ ଧିରେ କାବୁ ହେବାରେ ଲାଗିଛି । ସଂକ୍ରମଣ କମ୍ ହେବା ପରେ ଏବେ ଦିଲ୍ଲୀରେ ଅନଲକ୍ ୪ ପାଇଁ ପ୍ରସ୍ତୁତି ଚାଲିଛି ।

0

(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ଦ୍ୱିତୀୟ ଲହରୀର ପ୍ରକୋପ ଧିରେ ଧିରେ କାବୁ ହେବାରେ ଲାଗିଛି । ସଂକ୍ରମଣ କମ୍ ହେବା ପରେ ଏବେ ଦିଲ୍ଲୀରେ ଅନଲକ୍ ୪ ପାଇଁ ପ୍ରସ୍ତୁତି ଚାଲିଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକରେ ଅନଲକ୍ ୪ ଅନୁସାରେ ଅନ୍ୟ ଗତିବିଧିରେ ମଧ୍ୟ ଢିଲା ଦିଆଯାଇପାରେ । ଶନିବାର ଏନେଇ ଘୋଷଣା ହୋଇପାରେ । ଏହା ପରେ ଜିମ୍ ଓ ସେଲୁନ ଖୋଲିବାକୁ ମଞ୍ଜୁରି ମିଳିପାରେ । ସିନେମା ହଲକୁ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ପବ୍ଲିକ୍ ଟ୍ରାନ୍ସପୋର୍ଟରେ ୫୦ ପ୍ରତିଶତ କ୍ୟାପାସିଟିକୁ ବଢାଇବା ଉପରେ ବିଚାର ହୋଇପାରେ ।

ସ୍ୱାସ୍ଥ୍ୟ ବିଭାଗର ତାଜା ଆକଳନ ଅନୁସାରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୫୮ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ସଂକ୍ରମଣ ଦର ହ୍ରାସ ପାଇ ୦.୨ ପ୍ରତିଶତ ରହିଯାଇଛି । ଗତ ଏକ ସପ୍ତାହରେ ଦୈନିକ ଆକଳନ ୨୫୦ ସଂଖ୍ୟା ପାର୍ ହେଉନି ।