ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ନିୟମାବଳୀ ,ଟୀକା ବାଧ୍ୟତାମୂଳକ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କଲା ଦିଲ୍ଲୀ ପୁଲିସ୍‌। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ ରହିଛି ।

0

(ଦିଲ୍ଲୀ) : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କଲା ଦିଲ୍ଲୀ ପୁଲିସ୍‌। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ ରହିଛି । ଏହି ନିୟମ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ପାଇଁ ଲାଗୁ ହେବ।

ସୂଚନାନୁଯାୟୀ , ଦିଲ୍ଲୀ ପୁଲିସ୍‌ କହିଛି ଯେ “ ଅତିଥିଙ୍କ ପାଇଁ ସିଟିଂ ବ୍ଲକଗୁଡ଼ିକ ସକାଳ ୭ଟାରୁ ଖୋଲିବ। ତେଣୁ କୋଭିଡ ଗାଇଡଲାଇନ ପାଳନ କରି ଲୋକମାନେ ଏଠାକୁ ଆସି ପାରିବେ। ପାର୍କିଂ ପାଇଁ ସ୍ୱଳ୍ପ ସ୍ଥାନର ବ୍ୟବସ୍ଥା ହୋଇଛି। ତେଣୁ ଟ୍ୟାକ୍ସି କିମ୍ବା ଅନ୍ୟ ଗାଡ଼ିରେ ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସମସ୍ତେ ନିଜ ସହ ବୈଧ ପରିଚୟ ପତ୍ର ଆଣିବେ ଓ ସୁରକ୍ଷା ଯାଞ୍ଚ ବେଳେ ପୁଲିସ୍‌କୁ ସହଯୋଗ କରିବେ। ସବୁ ପାର୍କିଂରେ ରିମୋଟ କଣ୍ଟ୍ରୋଲ କାର ଲକ ଚାବିକୁ ଜମା କରିବାକୁ ବ୍ୟବସ୍ଥା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।