ଗୁରୁ ଗୌରବ ଗୌରହରିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା

0

(ଅଜିତ କୁମାର ସାହୁ /ଜଳେଶ୍ୱର): ବାଲେଶ୍ଵର ଜିଲ୍ଲା,ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ଶ୍ୟାମସୁନ୍ଦରପୁର ଗ୍ରାମର ଶିକ୍ଷକ ସ୍ୱର୍ଗତ ଗୌରହରି ପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଶ୍ୟାମସୁନ୍ଦରପୁର ସ୍ଥିତ ବାସଭବନରେ ଏକ ସ୍ମୁତି ଚାରଣ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା।

ସର୍ବ ପ୍ରଥମେ ସ୍ବର୍ଗତ ଗୌରହରି ପାତ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଳ ଅର୍ପଣ କରାଯାଇଥିଲା।ସ୍ବର୍ଗତ ପାତ୍ରଙ୍କ ସ୍ମୃତିରେ ବହୁ ମାନ୍ୟଗଣ୍ୟ,ଛାତ୍ର ଓ ପରିବାର ବର୍ଗ ଯୋଗଦେଇ ଥିବା ବେଳେ ସ୍ମୃତି ଚାରଣ ସଭା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଶିକ୍ଷକ ରାଧାକୃଷ୍ଣ ପ୍ରଦାନ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପାତ୍ର ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜଳେଶ୍ଵର ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ପ୍ରମୁଖ ଯୋଗଦେଇ ତାଙ୍କର ଅବଦାନ, ଜନସେବା, ଦୃଢ ମନୋବଳ ଓ ତାଙ୍କର ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କର ମଧ୍ୟ ଉମେଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ରଘୁନାଥ ମହାପାତ୍ର, ଶିକ୍ଷକ ବେଣୁଧର ସାହୁ, ଶିକ୍ଷକ କାଳୀଚରଣ ସାହୁ, ଶିକ୍ଷକ ଚୈତନ୍ୟ ସାହୁ, ଶିକ୍ଷକ ଭାନୁ ଚାରଣ ଗିରି ଓ ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ଜେନା ତାଙ୍କ ବହୁମୁଖି କାର୍ୟ୍ୟସମ୍ପର୍କରେ ଆଲୋକପାତ କରିଥିଲେ।

ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିବା ବେଳେ ୟୁନାଇଟେଡ଼ କାଲ ଚୁରାଲ ଏଣ୍ଡ ସ୍ପୋଟସ ଆସୋସିଏସନ ସଭାପତି ସଫଲ୍ୟ କୁମାର ନନ୍ଦୀଙ୍କ ତତ୍ବାବଧନରେ ସ୍ବର୍ଗତ ଗୁରୁ ଗୌରବ ଗୌରହରିଙ୍କ ସ୍ମରଣିକାକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।ଶେଷରେ ବଡ଼ ପୁତ୍ର ଡ: ଦିଲିପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।