କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଅଶ୍ଳୀଳ ପୋଷ୍ଟ କରି ଜେଲ ଗଲେ ଇତିହାସ ପ୍ରଫେସର ଶାହର୍ୟାର୍ ଅଲୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଫେସ୍‌ବୁକରେ ଅଶ୍ଳୀଳ ପୋଷ୍ଟ କରି ଜେଲ ଗଲେ ଜଣେ ଇତିହାସ ପ୍ରଫେସର। ପ୍ରଫେସର ଜଣଙ୍କ ଫେସବୁକ୍‌ରେ ସ୍ମୃତି ଇରାନୀଙ୍କ

0

(ଦିଲ୍ଲୀ) : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁରେ ଫେସ୍‌ବୁକରେ ଅଶ୍ଳୀଳ ପୋଷ୍ଟ କରି ଜେଲ ଗଲେ ଜଣେ ଇତିହାସ ପ୍ରଫେସର। ପ୍ରଫେସର ଜଣଙ୍କ ଫେସବୁକ୍‌ରେ ସ୍ମୃତି ଇରାନୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ କରିବା ପରେ ବେଲ୍ ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ବେଲ୍ ଖାରଜ ହେବାରୁ ଏବେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି।

ସୂଚନାନୁଯାୟୀ , ପୋଲିସ ମାମଲା ରୁଜୁ କରିବା ପରେ କଲେଜ କର୍ତ୍ତୃପକ୍ଷ ପ୍ରଫେସର ଅଲୀଙ୍କୁ ନିଲମ୍ବିତ କରିଥିଲେ। କଲେଜରୁ ନିଲମ୍ବିତ ହେବା ପରେ ପୋଲିସ ଗିରଫଦାରୀ ଭୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଶାହର୍ୟାର୍ ଅଲୀ। ହେଲେ ସେଠାରୁ ନିରାଶ ହେବା ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଯାମୀନ ଆବେଦନ କରିଥିଲେ। ଜାମିନ ଆବେଦନରେ ପ୍ରଫେସର ଅଲୀ ତାଙ୍କ ଫେସବୁକ ହ୍ୟାକ୍‌ ହୋଇଥିବା କଥା ମଧ୍ୟ କହିଥିଲେ। ଫେସ୍‌ବୁକ ହ୍ୟାକ୍ ହେବା ନେଇ କୌଣସି ପ୍ରମାଣ ନମଳିବାରୁ କୋର୍ଟ ତାଙ୍କର ଅନ୍ତରୀଣ ଜାମିନକୁ ଖାରଜ କରି ଦେବା ସହିତ କୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଫିରୋଜାବାଦ ଆଡିସିନାଲ ସେସନ୍ସ ଜଜ୍ ଅନୁରାଗ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ ହେ କୋର୍ଟ ଯାମୀନ ଅଗ୍ରାହ୍ୟ କରି ତାଙ୍କୁ ଜେଲ ପଠାଇ ଦେଇଛନ୍ତି।