ରାଗରେ ତମତମ ହୋଇ ଡାକ୍ତର ଭାଙ୍ଗିଦେଲେ ସବୁ ଦୀପ

ଉଠା ଦୋକାନୀଙ୍କ ସବୁ ଦୀପ ଭାଙ୍ଗିଦେଲେ ମହିଳା ଡାକ୍ତର

0

ଉତ୍ତରପ୍ରଦେଶ: ଜଣେ କୁମ୍ଭାର କେତେ ଆଶରେ ଦୀପ ତିଆରି କରିଥାଏ ।କିଛି ଟା ଦୀପ ବିକ୍ରି କରି ସେ ତାର ପରିବାର ଗୁଜୁରାଣ ମେଣ୍ଟାଇଥାଏ। କିନ୍ତୁ କିଛି ଲୋକ ଏହି କଷ୍ଟକୁ ବୁଝିବା ତ ଦୂର ଏହି କାର୍ୟ୍ୟକରିବାକୁ କେତେ ପରିଶ୍ରମ ଲାଗିଥାଏ ତାହାକୁ ଭୁଲି ଯାଆନ୍ତି । ଆଉ ଆକ୍ରୋଷମୂଳକ ହୋଇ କିଛି ଏପରି କାମ କରିବସନ୍ତି ,ଯାହା ପାଇଁ ସାମ୍ନା ଲୋକଟି ର ସଂଘର୍ଷ ଆହୁରି ବଢ଼ିଯାଏ । ତେବେ ସୋସିଆଲ ମିଡିଆରେ କିଛି ଏହି ଭଳି ଚିତ୍ର ଘୂରିବୁଲୁଛି ।

ଯାହାକୁ ଦେଖିଲେ ଆପଣ ଭାବିବେ ଲୋକ ଏତେ ନିଷ୍ଠୁର କେମିତି ଅବା ହୋଇ ପାରନ୍ତିାତେବେ ଘଟଣାଟି ହେଉଛି ଲକ୍ଷେ୍ନାର ଗୋମତି ନଗରର । ସେଠାରେ କିଛି ଦୀପ ଧରି ଜଣେ ଉଠା ଦୋକାନୀ ଦୀପ ବିକ୍ରି କରରୁଥିଲେ । ହଠା୍ତ ଜଣେ ମହିଳା ଆସ ସବୁ ଦୀପ ଉପରେ ପାଣି ପକାଇଥିଲେ ଏବଂ ୍ କିଛି ସମୟ ପରେ ଏକ ବାଡି ଦ୍ୱାରା ସମସ୍ତ ଦୀପକୁ ବାଡେଇ ଭାଙ୍ଗି ଦେଇଥିଲେ । ମହିଳାଙ୍କ ଏଭଳି ଅମାନବୀୟ କାଣ୍ଡ ସମସ୍ତଙ୍କୁ ଚକିତ କରିଛି ।

ଦର୍ଶକବନ୍ଧୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମହିଳା ଜଣକ ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି । ତାଙ୍କ ପାଖରୁ ଏଭଳି କାର୍ଯ୍ୟ ଜମାରୁ ବି ଆଶା କରାଯାଉନ୍ତି । କାରଣ ଡାକ୍ତରମାପେ ମଣିଷଙ୍କ ଜୀବନ ବଞ୍ଜାଇଥାନ୍ତି । ସେଥିପାଇଁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ତେବେ ମହିଳା ଡାକ୍ତରଙ୍କ କହିବା ଅନୁଯାୟୀ, ଦୀପ ବିକାଳି ତାଙ୍କ ଘର ସାମ୍ନା ରୋଡରେ ବସି ଦୀପ ବିକ୍ରି କରୁଥିଲେ । ସେ ଦୀପ ବିକାଳିଙ୍କୁ ଥରେ ସେଠାରୁ ଉଠିଯିବା ପାଇଁ ୱାଣ୍ଣିଙ୍ଗ ମଧ୍ୟ ଦେଇଥିଲେ । ତେବେ ଦୀପ ବିକାଳି ଜଣକ ଘର ସାମ୍ନାରୁ ଉଠି ନଥିଲେ । ଯାହା ଦ୍ୱାରା ମହିଳା ଜଣକ ରାଗି ଯାଇ ଏଭଳି କରିବାକୁ ବାଧ୍ୟ ହୋଇଥିଲେ ।

ଏହି ଭିଡିଓଟିକୁ ଟୁଇଟର ହ୍ୟଣ୍ଡେଲରେ କବିତା କେଶରୀ ନାମକ ଜଣେ ୟୁଜର ସେୟାର କରିଛନ୍ତି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଟୁଇଟର ବ୍ୟବହାରକାରୀ ମାନେ ନିଜର ମତ ଦେଇଛନ୍ତି । କ୍ରିଷ୍ଣା ୟାଦବ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏମିତି ଅମାନବୀୟ କାର୍ଯ୍ୟ କରିବା ପାଇଁ ମହିଳାଙ୍କର କୌଣସି ଅଧିକାର ନାହିଁ ।ସୂଚନାମୁତାବକ, ଦୀପ ବିକାଳୀ ଜଣକ ମହିଳାଙ୍କ ବିରୋଦ୍ଧରେ ପୋଲିସ ନିକଟରେ ଅଭିଯୋଗ କରିଥିବା ସୂଚନା ରହିଛି । ତେବେ ଶେଷରେ ଏତିକି କହିବୁ ଯଦି ଆମେ କାହାକୁ କିଛି ସାହାର୍ଯ୍ୟ କରିପାରିବାନି ତେବେ କାହାକୁ ଅସୁବିଧାରେ ପକଇବା ଠିକ୍ ନୁହେଁ ।