ମୋଜା ପିନ୍ଧି ଟ୍ରୋଲ ହେଲେ ଉର୍ଫି ଜାବେଦ

ବିଗ୍ ବସ୍ ଓଟିଟି’ର ପ୍ରତିଯୋଗୀ ରହିସାରିଥିବା ଉର୍ଫି ଜାବେଦ୍ ଏବେ ଖୁବ୍ ଚର୍ଚ୍ଚାରେ । ଆଉଟଫିଟ୍ସକୁ ନେଇ ସେ ପୁଣି ଟ୍ରୋଲ ହେଇଛନ୍ତି ।

0

(ମୁମ୍ବାଇ) : ‘ବିଗ୍ ବସ୍ ଓଟିଟି’ର ପ୍ରତିଯୋଗୀ ରହିସାରିଥିବା ଉର୍ଫି ଜାବେଦ୍ ଏବେ ଖୁବ୍ ଚର୍ଚ୍ଚାରେ । ଆଉଟଫିଟ୍ସକୁ ନେଇ ସେ ପୁଣି ଟ୍ରୋଲ ହେଇଛନ୍ତି । ନିକଟରେ ସେ ଏୟାରପୋର୍ଟରେ କ୍ରପ୍ଡ ଜ୍ୟାକେଟ୍ ଯୋଗୁଁ ଟ୍ରୋଲ ହୋଇଥିଲେ । ଉର୍ଫି ଜାବେଦ ନିଜ ଆଉଟଫିଟ୍ ସହିତ ଆଉ ଏକ ଏକ୍ସପେରିମେଣ୍ଟ କରିଛନ୍ତି । ସେ ମୋଜାରେ ପ୍ରସ୍ତୁତ କ୍ରପ୍ ଟପ୍ ଓ କଟା ହୋଇଥିବା ଟି-ସାର୍ଟ ପିନ୍ଧି ବାହାରକୁ ବାହାରିଛନ୍ତି । ଏହି ସମୟରେ ତାଙ୍କୁ କ୍ୟାମେରାରେ କଏଦ୍ କରିଛନ୍ତି ତାଙ୍କ ଫ୍ୟାନ୍ସ । ଭାଇରାଲ ଭିଡିଓରେ ସେ ନିଜ ଡ୍ରେସକୁ ନେଇ ସାମାନ୍ୟ ଅସହଜ ଅନୁଭବ କରୁଛନ୍ତି । ୟୁଜର୍ସ ତାଙ୍କ ଆଉଟଫିଟ୍ ଯୋଗୁଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଛନ୍ତି ।

ସୂଚନାନୁଯାୟୀ , ଉର୍ଫି ଜାବେଦ ଏଥର ବିଗ୍ ବସ୍ ଓଟିଟିର ପାର୍ଟ ରହିସାରିଛନ୍ତି । ସେ ଅନେକ ସମୟରେ ନିଜ ଡ୍ରେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ ପର୍ପଲ କଲରର ଆଉଟଫିଟରେ ନଜର ଆସିଥିଲେ ଏବଂ ଲୁକ୍ ପାଇଁ ସେ ପୁଣି ଟ୍ରୋଲର ଶିକାର ହୋଇଥିଲେ । ସେ ବ୍ରାଲେଟ୍ ଷ୍ଟାଇଲ ଟପ୍ ପିନ୍ଧିଥିଲେ । ଏହା ଉପରେ ସେ ଏକ କଟା ହୋଇଥିବା ଟି-ସାର୍ଟ ପିନ୍ଧିଥିଲେ । ପବନ ଯୋଗୁଁ ତାଙ୍କ ଟିସାର୍ଟ ଉଡୁଥିଲା ଏବଂ ସେ ଏଥିପାଇଁ ସାମାନ୍ୟ ଅସହଜ ମନେ କରୁଥିଲେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏହା ଜଣାଇଛନ୍ତି ଯେ ଏହି ଆଉଟଫିଟ୍ ସେ କେମିତି ପ୍ରସ୍ତୁତ କରିଛନ୍ତି । ସେ ଲେଖିଛନ୍ତି ଯେ ସେ ମୋଜାର କ୍ରପ୍ ଟପ୍ ପ୍ରସ୍ତୁତ କରିଛନ୍ତି ।