ଗୁପଚୁପ ପାଣିରେ ପରିସ୍ରା !

0

ଭୁବନେଶ୍ବର : ଗୁପଚୁପ ପାଣି କିଏ ବା ପିଇବାକୁ ପସନ୍ଦ ନ କରେ । ଗୁପଚୁପ୍ ଖାଇବା ପରେ ସମସ୍ତଙ୍କ ଇଛା ଢ଼ୋକେ ଖଟା ପାଣି ପିଇବାକୁ । କିନ୍ତୁ ଏହି ଖଟା ପାଣିରେ ଯେ ପରିସ୍ରା ମିଶୁଛି ତାହା ଆପଣ ବିଶ୍ୱାସ କରି ପାରିବେ ନାହିଁ । ଏ କଥା ଆମେ କହୁନାହୁଁ, ବରଂ ସୋସିଆଲ ମିଡିଆରେ ଏ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓକୁ ଦେଖିବା ପରେ ଆପଣ ନଶ୍ଚିନ୍ତ ଭାବୁଥିବେ ସତରେ କ’ଣ ଗୁପୁଚୁପ ପାଣିରେ ପରିସ୍ରା ମିଶୁଛି । ଭଲକି ଦେଖନ୍ତୁ ଏହି ଭିଡିଓ ।

ଆଜି କାଲି ଯୁବ ପିଢି ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସବୁ ଗୁପଚୁପ ଖାଇବା ପାଇଁ ପସନ୍ଦ କରନ୍ତି । ସଂନ୍ଧ୍ୟା ହେଲା ମାତ୍ରକେ ଗୁପୁଚୁପ ଦୋକାନରେ ଭିଡ ଲାଗିଥାଏ । ଖଟା ମିଠା ପାଣି ସହିତ ଦହି ଗୁପୁଚୁପ ଖାଇବା ମଜା ଟିକେ ନିଆରା ଏଥିପାଇଁ ତ ମାର୍କେଟକୁ ଯିବା ମାତ୍ରକେ ଖୋଜା ପଡେ ଗୁପୁଚୁପ ଠେଲା କିନ୍ତୁ ଏହି ଭିଡିଓକୁ ଦେଖିଲା ପରେ ଆପଣ ଭାବନ୍ତୁ କ’ଣ କରିବେ । ସବୁ ବ୍ୟବସାୟୀ , ଭଳି ନୁହନ୍ତି କିଛି ଗୁପୁଚୁପ ବ୍ୟବସାୟୀଙ୍କ ଏଭଳି କାମ ପାଇଁ ଆଗକୁ ଅସୁବିଧାରେ ପଡିପାରନ୍ତି । ତେବ ଏହି ଭାଇରାଲ ଭିଡିଓଟି ଆସାମର ଗୌହାଟିର ବୋଲି ଜଣାପଡିଛି । ଭିଡିଓକୁ ଦେଖିବା ପରେ ଆପଣମାନେ ଚିନ୍ତା କରନ୍ତୁ ଗୁପଚୁପର ଖଟା ପାଣିର ମଜ୍ଜା ନେବେ ନା ନାହିଁ ।