ୟୁକ୍ରେନ୍ ସୁପରଷ୍ଟାରଙ୍କ ସହ ଫଟୋ ସେୟାର କରି ନିବେଦନ କଲେ ଉର୍ବଶୀ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି ।

0

(ଦିଲ୍ଲୀ) : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ମଧ୍ୟରେ ସମସ୍ତେ ଚାହୁଁଛନ୍ତି ଏହି ଯୁଦ୍ଧ ବନ୍ଦ ହେବା ଉଚିତ୍। ବର୍ତ୍ତମାନ ଅଭିନେତ୍ରୀ ଉର୍ବଶୀ ରୌତେଲା ୟୁକ୍ରେନ ସୁପରଷ୍ଟାର ଡିମିଟ୍ରି ମୋନାଟିକଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଏବଂ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି।

ସୂଚନାନୁଯାୟୀ , ଡିମିଟ୍ରି ମୋନାଟିକ୍ ଜଣେ ୟୁକ୍ରେନ୍ ଗୀତିକାର, ମ୍ୟୁଜିକ୍ କମ୍ପୋଜର୍ ଏବଂ ଡ୍ୟାନ୍ସର। ଫଟୋ ସେୟାର କରି ଉର୍ବଶୀ ଲେଖିଛନ୍ତି, ବ୍ରିଟେନର ସୁପରଷ୍ଟାର ମୋନାଟିକ୍ ଏବଂ ଆମର ବୃହତ ସହଯୋଗ ସହିତ ଟିଭିର ସୁନ୍ଦର ସମୟ ଯାହା ଆମେ ଯୋଜନା କରିଥିଲୁ। ଏହିପରି କିଛି ଘଟିବ ବୋଲି କେବେ ଭାବି ନଥିଲୁ। ମିସ୍ ୟୁ ମୋନାଟିକ୍ ଏବଂ ମୋର ୟୁକ୍ରେନ୍ ପରିବାର। ୟୁକ୍ରେନରେ ଯୁଦ୍ଧ ବନ୍ଦ କରନ୍ତୁ।