ଏବେ ଟାଟୁରେ ୱିଲ ସ୍ମିଥଙ୍କ ଚାପୁଡାର ପ୍ରହାର

ଓସ୍କାର ସମାରୋହରେ ଆୱାର୍ଡ ବିଜେତା ୱିଲ ସ୍ମିଥ ମାରିଥିବା ଚାପୁଡାର ପ୍ରହାର ସାରା ସୋସିଆଲମିଡ଼ିଆରେ ଦେଖିବାକୁ ମିଳିଛି ।

0

(ସୋସିଆଲମିଡ଼ିଆ) : ଓସ୍କାର ସମାରୋହରେ ଆୱାର୍ଡ ବିଜେତା ୱିଲ ସ୍ମିଥ ମାରିଥିବା ଚାପୁଡାର ପ୍ରହାର ସାରା ସୋସିଆଲମିଡ଼ିଆରେ ଦେଖିବାକୁ ମିଳିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅଦ୍ଭୁତ ଫଟୋ। ଟାଟୁ ମଧ୍ୟମରେ ସ୍ମିଥଙ୍କ ଚାପୁଡା କାଣ୍ଡକୁ ପୁଣି ରିକ୍ରିଏଟ୍‌ କରିଛନ୍ତି ଜଣେ ଟାଟୁ କଳାକାର।

ସୂଚନାନୁଯାୟୀ , ନ୍ୟୁ ଜର୍ସିର ଓସ୍କାର ଆଗିଲାର ନାମକ ଜଣେ ଟାଟୁ କଳାକାର ତାଙ୍କ ଇନଷ୍ଟାଗ୍ରାମରେ ଏକ ନିଆରା ଟାଟୁର ଭିଡିଓ ଶେଆର କରିଛନ୍ତି। ଏହି ଟାଟୁ ମାଧ୍ୟମରେ କ୍ରିସ୍‌ ଓ ସ୍ମିଥଙ୍କ ମଧ୍ୟରେ ଘଟିଥିବା ଚାପୁଡା କାଣ୍ଡକୁ ଦର୍ଶାଯାଇଥିବା ଦେଖିବାକୁ ମିଳିଛି।