ଜାନୁଆରୀ ଶେଷ ସୁଦ୍ଧା ୧୫ରୁ ୧୭ ବର୍ଷ ବୟସ ପିଲାଙ୍କୁ ଟୀକାକରଣ

ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ କରାଯାଉଛି। ଏବେ ସୁଦ୍ଧା ୩ କୋଟିରୁ ଅଧିକ ପିଲା କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି।

0

(ଦିଲ୍ଲୀ) : ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ୧୨ରୁ ୧୪ ବର୍ଷ ବର୍ଗ ମଧ୍ୟରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ ବୋଲି National Technical Advisory Group on Immunisationର କୋଭିଡ ୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡା ଏନକେ ଅରୋରା ସୂଚନା ଦେଇଛନ୍ତି। ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ କରାଯାଉଛି। ଏବେ ସୁଦ୍ଧା ୩ କୋଟିରୁ ଅଧିକ ପିଲା କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି ।

ସୂଚନାନୁଯାୟୀ , ଡା ଅରୋରା କହିଛନ୍ତି, “ଜାନୁଆରୀ ଶେଷ ସୁଦ୍ଧା ଆମେ ୧୫ରୁ ୧୭ ବର୍ଷ ବୟସ ମଧ୍ୟରେ ଥିବା ୭.୪ କୋଟି ପିଲାଙ୍କୁ ଅତିକମରେ ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖିଛୁ। ଫଳରେ ଫେବୃଆରୀରୁ ସେମାନଙ୍କର ଦ୍ୱିତୀୟ ଡୋଜ୍‌ ଟିକାକରଣ ଆରମ୍ଭ ହୋଇପାରିବ। ଏହି ପ୍ରକ୍ରିୟା ଫେବୃଆରୀ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ବର୍ଗରେ ଥିବା ପିଲାଙ୍କ ଟିକାକରଣ ଆରମ୍ଭ ହେବ। ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୧୫ରୁ ୧୭ ବର୍ଷ ବର୍ଗରେ ଥିବା ପିଲାଙ୍କୁ ଟିକା ଦିଆଯାଉଛି। ଏହାପରେ ସରକାର ୧୨ରୁ ୧୪ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ଆରମ୍ଭ କରିବେ।”