ଶିକ୍ଷକ ମାନଙ୍କୁ ଟୀକା

0

ଶିକ୍ଷକ ମାନଙ୍କୁ ଟୀକା
ଭୁବନେଶ୍ୱର : ଦ୍ୱିତୀୟ ଲହରର ବିଭିଷୀକା ଭିତରେ ପାଠ ପଢାରେ ଅନେକ ବ୍ୟତିକ୍ରମ ଘଟିଛି । ତେଣୁ ଶିକ୍ଷା ବ୍ୟବସ୍ଥାକୁ କିଭଳି ଭାବେ ପୂର୍ବଭଳି ମୁଖ୍ୟସ୍ରୋତରେ ସାମିଲ ହୋଇପାରିବ ସେଥିପାଇଁ ସରକାର ଶିକ୍ଷକ ମାନଙ୍କୁ ଟୀକା କରଣ ପ୍ରାଥମିକତା ଦେଇଛନ୍ତି ସରକାରା ଟିକାକରଣ ପାଇଁ ଶିକ୍ଷକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି, ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ।

            କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ନେଇ ନାହାଁନ୍ତି ତାର ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୟୁ ଡାଇସ ପ୍ଲସ ସଫ୍ଟୱେର ମାଧ୍ୟମରେ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ଟିକାକରଣ କରାଯିବ।
ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ ୨୭ ତାରିଖରୁ କାର୍ୟ୍ୟ ଆରମ୍ଭ ହେବ। ଏଥିରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲଡ ଓ ୧ ଲକ୍ଷ ୨୪ ହଜାର କୋଭାକସିନ ଟିକା ଆସିବ। ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକାଦାନ ପାଇଁ ଟାର୍ଗେଟ ରଖାଯାଇଛି। ଶହେରୁ ଅଧିକ କର୍ମଚାରୀ ଟିକା ନେଇ ନ ଥିବା ସ୍କୁଲରେ ସିଭିସି କରି ଟିକା ଦିଆଯିବ।