ଓଡ଼ିଶାରେ ପହଞ୍ଚିଲା ଆଉ ଲକ୍ଷେ କୋଭାସିଲ୍ଡ ଟିକା

0

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲା ଆଉ ଲକ୍ଷେ କୋଭିସିଲ୍ଡ ଟିକା । ପୂର୍ବରୁ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ମଙ୍ଗଳବାର ଆଉ ଲକ୍ଷେ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ରାଜ୍ୟରେ ଟିକା ପହଞ୍ଚିବା ନିହାତିଭାବେ ଏକ ଆଶ୍ୱସ୍ତିକର ଖବର । ଭ୍ୟାକସିନ୍ ନଥିବାରୁ ବିଭିନ୍ନ ସମୟରେ ଅନେକଗୁଡିଏ ଟିକାକରଣ କେନ୍ଦ୍ରରେ ଟିକାଦାନ ବନ୍ଦ କରାଯାଇଥିବା ନଜିର ରହିଛି । ତେବେ ବର୍ତ୍ତମାନ ଆଉ ଲକ୍ଷେ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଟିକାକରଣ ସ୍ୱଭାବିକ ହେବ ବୋଲି ଆଶା କରାଯାଉଛି ।