୨ଲକ୍ଷ ୫୦ହଜାର ଟଙ୍କାର ମୂଲ୍ୟବାନ କାଠ ଜବତ

0

(ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା) : ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବୀଦାସ ମିରସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମାସାପାଲ୍ଲି ପଞ୍ଚାୟତ ଅଧୀନସ୍ଥ କାମାଲିଗୁଡ଼ା ଗ୍ରାମ ନିକଟ ପୋଟରୁ ନଦୀ ନିକଟରେ ଚଢାଉ କରିôଥଲେ । ଚଢାଉରୁ ବନ ବିଭାଗ ୧୧ ଗୋଟି ଶାଗୁଆନ ଗଣ୍ଡୀ , ୬ ଗୋଟି ପିଆଶାଳ ଗଣ୍ଡୀ ଜବତ କରିପରିଥିଲେ । ଜବତ କାଠ ଗୁଡ଼ିକର ଆୟତନ ମୋଟ ୬୧ ଘନ ଫୁଟ୍ । ଜବତ କାଠର ବଜାର ମୂଲ୍ୟ ଆନୁମାନିକ ୨ଲକ୍ଷ ୫୦ହଜାର ହେବା । ବନ ବିଭାଗ କାଠ ଗୁଡ଼ିକୁ ଜବତ କରି ଏକ ଅପରାଧିକ କେସ ରୁଜୁ କରି ତଦନ୍ତ ଚାଲୁ ରଖିଛି । ଏହି ଚଢ଼ାଉରେ ପାର୍ଣ୍ଡ୍ରିପଣି ବନପାଳ ମୋହନ ଗୁଡ଼ିଆ , ଏମ୍ ଭି ୧୭ ବନପାଳ ଦିବାକର ଜେନା , କୋରୁକୋଣ୍ଡା ବନପାଳ ରାଜେଶ କୁମାର ସେଠୀଙ୍କ ସହ ସମସ୍ତ ବନରକ୍ଷୀ ଓ ସୁରକ୍ଷା ସ୍ୱାଡ ଅଂଶ ଗ୍ରହଣ କରିଥିଲେ ।