କେନ୍ଦୁଝର : ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ | ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ଯନ୍ତ ଛୁଟିର ଦରମା କରିଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ। ଠିକ ସେହି ସମୟରେ ଭିଜିଲାନ୍ସ ଅଫିସରଙ୍କ ହାତରେ ଧରାପଡିଗଲେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ। ସୂଚନାନୁସାରେ ଡ଼.ଶୁଭାଶିଷଙ୍କ ନିକଟରୁ କାର୍ଯ୍ଯାଳୟରେ ୧୦ ହଜାର ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ମାଡି ବସିଥିଲା। ଭିଜିଲାନ୍ସ ର ଟିମ ତାଙ୍କର ଚମ୍ପୁଆ ସରକାରୀ କାର୍ଯ୍ଯାଳୟ ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ମଧ୍ୟ ଏକ କାଳୀନ ଚଢ଼ାଉ କରାଯାଉଛି।ତେବେ ଭିଜିଲାନ୍ସ ମଧ୍ୟ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛି |