ପୁଣି ରାଖିଙ୍କ ଏକ ଭିଡିଓ ଭାଇରାଲ, କହିଲେ ମୁଁ ଅଧା ମା’

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଡ୍ରାମା କୁଇନ ରାଖି ସାବନ୍ତଙ୍କ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଣ୍ଟିବାରେ ଲାଗିଛି । ଆଜି ରାଖି ତାଙ୍କ ସୋସିଆଲ ମିଡିଆ ଆକାଣ୍ଟରେ ଏକ ନୂଆ ଭିଡିଓ ସେୟାର କରି କହିଛନ୍ତି, ମୁଁ ମୋ ସ୍ୱାମୀଙ୍କ ପାଖରେ ଲଣ୍ଡନରେ ଅଛି । ରାଖିଙ୍କ ଭିଡିଓର ସବୁୁଠାରୁୁ ରୋଚକ କଥା ହେଲା, ଭିଡିଓରେ ନିଜକୁୁ ଅଧା ମା କହିଛନ୍ତି । ସେ କହୁଛନ୍ତି, ମୁଁ ହେଉଛି ଅଧା ମା’ । ଏହାର ଅର୍ଥ ମୁଁ ଅଧା କପଡା ପିନେ୍ଧ । ରାଖି ତାଙ୍କ ଫ୍ୟାନ୍ସଙ୍କୁ କହୁଛନ୍ତି, ଯଦି କାହାକୁ କିଛି ସମସ୍ୟା ଅଛି ତାଙ୍କୁ କମେଣ୍ଟ ବକ୍ସରେ ପଚାରି ସମସ୍ୟାର ସମାଧାନ ପାଇ ପାରନ୍ତି ।
ରାଖି ନିଜକୁୁ ବିବାହିତା କହୁଥିଲେ ମଧ୍ୟ କେହି ତାଙ୍କ ସ୍ୱାମୀକୁ ଦେଖିନାହାନ୍ତି । ସେ ବାରମ୍ବାର ବିବାହିତା କହୁଥିଲେ ମଧ୍ୟ ତାଙ୍କ ସ୍ୱାମୀକୁ ସମସ୍ତଙ୍କଠାରୁ ଲୁଚେଇ ରଖିଛନ୍ତି । ବଧୂ ବେଶରେ ରାଖିଙ୍କ ଫଟୋ ସାରା ଦୁନିଆ ଦେଖୁୁଛି । ସ୍ୱାମୀଙ୍କ ପାଖରେ ଲଣ୍ଡନରେ ଥିବା ଉଲ୍ଲେଖ କରୁଥିଲେ ମଧ୍ୟ ସ୍ୱାମୀଙ୍କ ଫଟୋ ନାହିଁ । ଅବଶ୍ୟ ଗୋଟିଏ ସାକ୍ଷାତକାରରେ ରାଖି କହିଥିଲେ, ତାଙ୍କ ସ୍ୱାମୀ ରିତେଶ ବଡ ଲାଜକୁଳା । ମିଡିଆଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଏପର୍ଯ୍ୟନ୍ତ କ୍ୟାମେରା ଆଗକୁ ଆସନାହାନ୍ତି । ୨୯ ସେପ୍ଟେମ୍ବରକୁ ରାଖି ବିଗବସ ୧୩ର ପ୍ରିମିୟର ପରଫର୍ମାନ୍ସ ବେଳେ ତାଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖକୁ ଆଣିବେ ବୋଲି କହିଛନ୍ତି । ସେପର୍ଯ୍ୟନ୍ତ ରାଖିଙ୍କ ଫ୍ୟାନ, ଫଲୋୟରଙ୍କୁ ଅପେକ୍ଷା କରିବାକୁ ହେବ ଓ ରାଖିଙ୍କ କଥାରେ କେତେ ସତ୍ୟତା ଅଛି ତାହା ଜଣାପଡିବ ।