ନିଶା ନିଶା ରାତି ଗୀତର ତାଳେ ତାଳେ ନାଚିଲେ ସରକାରୀ ବାବୁ

0

ଖୋର୍ଦ୍ଧା: ଦିନକୁ ଦିନ ବଢିଚାଲିଚି ସରକାରଙ୍କ ପ୍ରତି ସରକାରୀ ଚାକିରିଆଙ୍କ ପ୍ରେମ। ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଦଳର ବାଲୁଗାଁ ଏନ୍ ଏ ସି ର ୧୧ନଂ ୱାର୍ଡର କାଉଁସିଲର ଭଗବାନ ପ୍ରଧାନ ଉପାଧ୍ୟକ୍ଷ ପଦ ଜିତିବା ପରେ ୧୧ନଂ ୱାର୍ଡସ୍ଥିତ ନିଜ ଗ୍ରାମ ସରଳାପଦରରେ ଉପାଧ୍ୟକ୍ଷଙ୍କୁ ଡିଜେ ବଜେଇ ରୋଶଣୀ କରିି ନେଇଥିଲେ ଗ୍ରାମବାସୀ। ଡିଜେରେ ବାଜୁଥିଲା ପପୁ ପମ୍ ପମଙ୍କ ନିଶା ନିଶା ରାତି ଗୀତ ।ଆଉ ଗୀତ ବାଜିବା ପରେ ନିଜକୁ ଆଉ ସମ୍ବାଳିପାରି ନଥିଲେ ଏନ୍ ଏ ସି କର୍ମଚାରୀ ପ୍ରକାଶ ମହାପାତ୍ର।

ନିଶା ନିଶା ରାତି ଗୀତର ତାଳେ ତାଳେ ନିଜକୁ ହଜେଇଦେଇଥିଲେ ପ୍ରକାଶ। ପ୍ରକାଶ ନାଚ କରୁଥିବା ସମୟରେ ଫେସବୁକରେ ଲାଇଭ୍ ଭିଡିଓ ମଧ୍ୟ ଚାଲିଥିଲା।ସରକାରୀ ବାବୁଙ୍କ ଏହି ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି । ଏବେ ସେ ଭିଡିଓଟି ସ୍ଥାନୀୟ ଅଞ୍ଚଳରେ ଭାଇରାଲ୍ ହେବା ସହ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କେମିତି ଜଣେ ଏନ୍ ଏ ସି କର୍ମଚାରୀ ପୁଣି ଏକ ନିର୍ଦ୍ଧିଷ୍ଟ ଦଳରେ ଯାଇ ନାଚ କରୁଛନ୍ତି ଏବଂ ଲୋକଙ୍କ କହିବା ମୁତାବକ ଏନ୍ ଏ ସି କର୍ମଚାରୀ ଲାଗିକି ଶାସକଦଳକୁ ଜିତେଇଛନ୍ତି।