ସାଲେପୁର -ଜ୍ୟୋସ୍ନାରାଣୀ ସିଂ :କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତିଳକଣା ପଂଚାୟତ ରେ ବିଭିନ୍ନ ଉନ୍ନତିମୂଳକ କାମ ରେ ଦୁର୍ନୀତି ହୋଇଥିବା ଅଭିଯୋଗ ରେ କଟକ ଭିଜିଲାନ୍ସ ବିଭାଗ ର ୪ ଜଣିଆ ଟିମ୍ ର ତଦନ୍ତ ଚାଲିଛି। ବିଶେଷ କରି ଏହି ପଂଚାୟତ ରେ ଲୁଣା ନଦୀ ବନ୍ଧ ଠାରୁ ଧନେଶ୍ଵର ବେହେରାଙ୍କ ଘର ଯାଏଁ ୨ ଲକ୍ଷ ୫୦ ହଜାର ଟଙ୍କା ର କଂକ୍ରିଟ ରାସ୍ତା ଓ ପ୍ରାଥମିକ ବିଦ୍ୟାଳୟ ର ରିପେୟାରିଂ ପାଇଁ ୨ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଭିଜିଲାନ୍ସ ଟିମ୍ ତଦାରଖ କରିବା ସହିତ ମାପଚୁପ କରିଛନ୍ତି।