ରାୟଗଡା-ମନୋଜ ସାହୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସଙ୍କ ଦ୍ୱାରା କରାଯାଇଥିବା ନିର୍ଦେଶ ପ୍ରକାରେ ବାଲେଶ୍ବର ଜିଲ୍ଲାର କ୍ଷୁଦ୍ର ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ବର ଠାରେ ଥିବା ସରକାରୀ କାର୍ୟ୍ୟାଳୟ, ରାୟଗଡ କସ୍ତୁରୀ ନଗର ପ୍ରଥମ ଗଳିରେ ଥିବା ପୈତୃକ ଘର, ବିଶାଖାପାଟଣା ଚିନାଗାଡିଲି ଠାରେ ଥିବା ଏକ ଫ୍ଲାଟ, ଭୁବନେଶ୍ୱର ସୁନ୍ଦରପଦା ମାଧିପୁର ହାଇଟେକ ପ୍ଳାଜା ରେ ଥିବା ଏକ ଫ୍ଲାଟ, ଓ ମୟୁରଭଞ୍ଜ ବାରିପଦା ମୁର୍ଗାବାଡ଼ି, ଏଲଆଇସି କଲୋନୀରେ ଥିବା ସରକାରୀ ବାସଭବନ ଠାରେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଏକା ସାଙ୍ଗରେ ଚଢ଼ାଉ ଜାରି କରିଛନ୍ତି । ଏହି ଚଢ଼ାଉରେ ଦୁର୍ନୀତି ନିବାରଣର ୩ ଜଣ ଡିଏସପି, ୧୨ଜଣ ଇନିସ୍ପେକ୍ଟର, ୨ଜଣ ସବ ଇନିସ୍ପେକ୍ଟର, ୫ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଧା ଚଢ଼ାଉ ଜାରି ରହିଥିବା ଜଣାପଡିଛି ।