ଛାଣିପୁର ଗ୍ରାମରେ ଭିଜିଲାନ୍ସ ଚଢାଉ

0

ସାଲେପୁର /ଜ୍ୟୋସ୍ନାରାଣୀ ସିଂ:କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ଗ୍ରାମ ପଂଚାୟତରେ ପାଇଖାନା ନିର୍ମାଣ ରେ ଅନିୟମିତତା ଓ ହିତାଧିକାରୀ ଙ୍କ ଅଜାଣତରେ ପାଇଖାନା ଟଙ୍କା ହଡପ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତ୍ତି କରି ଭିଜିଲାନ୍ସ ବିଭାଗର ଏକ ଟିମ୍ ଆଜି ଛାଣିପୁର ପଂଚାୟତର ବହୁ ହିତାଧିକାରୀ ଙ୍କ ଘରକୁ ଯାଇ ଘଟଣା ର ସତ୍ୟାସତ୍ୟ ସଂଗ୍ରହ କରିଛନ୍ତି। ତେବେ ତଦନ୍ତ ପ୍ରଥମ ପର୍ୟ୍ୟାୟରେ ଆରମ୍ଭ ହୋଇଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତଦନ୍ତ ପରେ ସ୍ବଛ ଭାରତ ଯୋଜନାରେ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ପାଇଖାନା ଦୁର୍ନୀତି ରେ କେଉଁ କେଉଁ ମାନଙ୍କର ସଂପୃକ୍ତି ଅଛି ପଦାକୁ ଆସିବ ବୋଲି ହିତାଧିକାରୀ ମାନେ ଆଶାବାନ୍ଧି ବସିଛନ୍ତି।