Reporters Today
  • Home
  • ଅପରାଧ
  • ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ମଙ୍ଗଳ ଅଧିକାରୀ
ଅପରାଧ

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ମଙ୍ଗଳ ଅଧିକାରୀ

ଜ୍ୟୋତିରଞ୍ଜନ ଧର /ଅନୁଗୁଳ : ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗୁରୁବାରରେ ଧରାପଡିଛନ୍ତି । ସୂଚନା ଅନୁସାରେ, ଛେଣ୍ଡିପଦା ଅଞ୍ଚଳର ଚତୃଭୂଜ ପୋଢ଼ ନାମକ ଜଣେ ବ୍ୟକ୍ତି ୨୦୦୬ ମସିହାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ୟ୍ୟାଳୟରେ ଯୋଗ ଦେଇଥିଲେ । ସେତେବେଳେ ମଧ୍ୟ ସମାଜ ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ ଥିଲେ । ଚତୃଭୂଜଙ୍କୁ ଚାକିରୀ ଦେଇଥିବା କହି ଅଧିକାରିଣୀ ଚାରୁଲତା ଅର୍ଥ ଦାବୀ କରିଥିଲେ । ପରବର୍ତ୍ତୀ ସମୟରେ ଚାରୁଳାତାଙ୍କ ବଦଳି ହୋଇଯାଇଥିଲା । ଏହାର କିଛି ବର୍ଷ ବ୍ୟବଧାନରେ ଚାରୁଲତା ପୁଣି ଅନୁଗୁଳ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ । ଆଉ ଚତୃଭୂଜଙ୍କୁ ୨୦୦୬ ମସିହାରେ ଚାକିରି କରାଇ ଦେଇଥିବା କହି ପୁଣି ଟଙ୍କା ମାଗିଥିଲେ । ତେବେ ଚତୃଭୂଜ ଟଙ୍କା ଦେବାକୁ ସକ୍ଷମ ନଥିବାରୁ ଚାରୁଲତା ଆକ୍ରୋସମୂଳକ ଭାବେ ଗତ ୩ ମାସ ହେଲା ଚତୃଭୂଜଙ୍କ ଦରମା ବନ୍ଦ କରି ଦେଇଥିଲେ । ଆଉ ଏହି ଦରମା ପାସ କରିବାକୁ ଏବଂ ଚାକିରୀ ବାବଦରେ ୫୦ ହଜାର ଟଙ୍କା ଦାବି କରିଥିଲେ । ତେବେ ଏଥିପାଇଁ ଚତୃଭୂଜ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ୪୯ ହଜାର ଟଙ୍କା ଦେବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ ଚାରୁଲତାଙ୍କୁ ରଙ୍ଗେ ହାତରେ ଧରିଥିଲା । ପରେ ଅଧିକାରୀଣିଙ୍କ ପାଖରୁ ୪୯ ହଜାର ଟଙ୍କା ଜବତ କରିବା ସହ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ପରେ ଭିଜିଲାନ୍ସ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଫିସ ଓ ତାଙ୍କ ସରକାରୀ ବାସଭବନରେ ମଧ୍ୟ ଯାଞ୍ଚ କରାଯାଇଛି ବୋଲି ଭିଜିଲାନ୍ସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Related posts

ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ

Report

ଆଇଆଇସି ଙ୍କ ଦୁର୍ବଳତା ଡବ୍ଲୁ.ଡବ୍ଲୁ.ଏମ୍

Report

ମୁଖ୍ୟ ଅଭିଯୁକ୍ତ ଗିରଫ

Report

Leave a Comment