ଭିଜିଲାନ୍ସ ପଞ୍ଝାରେ ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀ

0

(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଜଗତସିଂହପୁର ଜିଲ୍ଲା ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ସୂଚନାନୁସାରେ, ଜଗତସିଂହପୁର ଜିଲ୍ଲା ସେସୁ ବିଭାଗର କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଆଜି ଭୋରୁ ଭିଜିଲାନ୍ସର ଟିମ ଦୀପ୍ତିପ୍ରକାଶ ସ୍ୱାଇଁଙ୍କ ମଙ୍ଗଳା କଲୋନୀସ୍ଥିତ ବାସଭବନ, ବିସ୍‌ପିତଳ ପୈତୃକ ଘର ସମେତ ୫ଟି ସ୍ଥାନରେ ଏହି ଚଢାଉ କରିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ୱାଇଁଙ୍କ ଘରେ ଯାଂଚ ଜାରି ରହିଛି । ତେବେ ଯାଂଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି । ଚଢାଉ ଶେଷ ହୋଇ ନଥିବାରୁ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ସ୍ପଷ୍ଟ ହୋଇନାହିଁ ।