ସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0

(ସୁନ୍ଦରଗଡ): ପୁଣି ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ଏହି ଅତର୍କିତ ଚଢାଉ କରିଛି । ଭିଜିଲାନ୍ସର ଏକଲ ୪୦ ଜଣିଆ ଟିମ ନାରାୟଣଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ କେନ୍ଦୁହାଟରେ ଥିବା ଫାର୍ମହାଉସ, ଅନୁଗୁଳ ଠାରେ ଥିବା ଶ୍ୱଶୁର ଘର, ଦେବଗଡ ରିଆମାଲରେ ଥିବା ପୈତୃକ ଘର ଓ ତାଙ୍କ ଭାଇଙ୍କ ଘରେ ଚଢାଉ ଜାରି ରଖିଛି । ତେବେ ଏହି ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମର ହସ୍ତଗତ ହୋଇଛି । ବିଭିନ୍ନ ବ୍ୟାଙ୍କର ପାସବୁକ ଓ ଏଟିଏମ କାର୍ଡ, ସୁନା ଅଳଙ୍କାର ବିଲ ଓ ନଗଦ ଦେଢ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ତେବେ ବର୍ତ୍ତମାନ ଚଢାଉ ଜାରି ରହିଛି ।
ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଦେବଗଡର କେନ୍ଦୁଘାଟରେ ଏକ ଫାର୍ମହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କା ମୂଲ୍ୟରେ ଏକ ଜମି, ଜଟଣୀରେ ଓ ଦେବଗଡର ବୁରଡାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Sriharsh Mishra