ବିଜୟ ନାୟକ ହେବେ ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ

0

ଭୁବନେଶ୍ୱର: ସରିଲା ରାଷ୍ଟ୍ରପତି ନିର୍ବାଚନ |ରାଷ୍ଟ୍ରପତି ଭାବେ ସାରାଦେଶ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁଚୟନ କରିଛନ୍ତି |ତେବେ ରାଷ୍ଟ୍ରପତିଙ୍କ ପାଇଁ ଅତିରିକ୍ତ ସଚିବ ଗଣମାଧ୍ୟମ ଭାବେ ବିଜୟ ନାୟକଙ୍କୁ ଦାଇତ୍ୱ ମିଳିଛି |ବିଜୟ ନାୟକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଶାସକ ତଥା ଜଣାଶୁଣା ସାହିତ୍ୟିକ| ଦ୍ରୌପଦୀ ମୁର୍ମୁ ୨୦୦୦ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ଓ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ ।

ବିଜୟ ନାୟକ ଓଡ଼ିଶା ସାହିତ୍ୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସଂପାଦକ ଅଛନ୍ତି।ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍ଡି ଭାବେ ନିଯୁକ୍ତି ପାଇଥିଲେ ।  ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ନୂଆ  ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଛାତ୍ର ଜୀବନରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନ ଓ ଉତ୍କଳ ୟୁନିଭରସିଟି ଛାତ୍ର ୟୁନିୟନର ସଭାପତି ଥିଲେ। ତେବେ ସେ ତାଙ୍କର ଦାୟିତ୍ୱକୁ ସଠିକ ଭାବେ ପାଳନ କରିବେ ବୋଲି ଆଶା ଓ ବିଶ୍ୱାସ |