୨୮ରେ ରିଲିଜ ହେବ ଫିଲ୍ମ ‘ବିକ୍ରାନ୍ତ ରୋନା’
ଆସନ୍ତା ମାସ ୨୮ ତାରିଖରେ ରିଲିଜ ହେବ ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ବିଗ୍-ଟିକେଟ୍ ଆକ୍ସନ୍-ଆଡ୍ଭେଞ୍ଚର ଫିଲ୍ମ ‘ବିକ୍ରାନ୍ତ ରୋନା’ ।
(ମୁମ୍ବାଇ) : ଆସନ୍ତା ମାସ ୨୮ ତାରିଖରେ ରିଲିଜ ହେବ ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ବିଗ୍-ଟିକେଟ୍ ଆକ୍ସନ୍-ଆଡ୍ଭେଞ୍ଚର ଫିଲ୍ମ ‘ବିକ୍ରାନ୍ତ ରୋନା’ । ଫିଲ୍ମ ମେକର୍ ଏହାର ବହୁପ୍ରତୀକ୍ଷିତ ଟ୍ରେଲର୍ ରିଲିଜ୍ କରିଛନ୍ତି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ତେବେ ସବୁବଡ଼ ଆକର୍ଷଣୀୟ ଅଭିନେତ୍ରୀ ହେଉଛନ୍ତି ସିଂହଳୀ ସୁନ୍ଦରୀ । ଅର୍ଥାତ ସୁଦୀପଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ ।
ଏଥିରେ ସାମିଲ ବି-ଟାଉନ୍ ବିଉଟି ଜ୍ୟାକ୍ଲିନ ଗୀତ ‘ରା ରା ରକମ୍ମା’ରେ ନଜର ଆସିବେ । ନିର୍ଦ୍ଦେଶକ ଅନୁପ ଭଣ୍ଡାରୀ ଓ ସମସ୍ତ ଷ୍ଟାର୍ କାଷ୍ଟ ଏବେ ଫିଲ୍ମ ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି ।
ତେବେ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଜ୍ୟାକି । ସେ କହିଛନ୍ତି, ରକମ୍ମା ଗୀତର ସୁଟିଂ ପାଇଁ ସେ ଯେତେବେଳେ ପହଞ୍ଚିଲେ³ ବିଶାଳ ସେଟ୍ ଦେଖି ବହୁତ ଆନନ୍ଦିତ ହୋଇଗଲେ । କିଚ୍ଚା ସୁଦୀପଙ୍କ ଭଳି ଜଣେ ସୁପର୍ଷ୍ଟାରଙ୍କ ସହ କାମ କରିବାର ଅନୁଭବ ତାଙ୍କ ପାଇଁ ବେଶ ସ୍ମରଣୀୟ । ଏହି ଟିମ୍ ସହ କାମ କରିବା ସେଲିବ୍ରେସନ୍ ଭଳି ଥିଲା । ସେଟ୍ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ବିତାଇଥିବା ସମୟ ତାଙ୍କ ପାଇଁ ଥିଲା ଅତ୍ୟନ୍ତ ସୁଖଦ । କଠିନ ପରିଶ୍ରମ ସତ୍ତେ୍ୱ ସମସ୍ତଙ୍କ ମୁହଁରେ ଥିଲା ହସ । ଏହା ଜ୍ୟାକିଙ୍କୁ ଖୁବ୍ ପ୍ରଭାବିତ କରିଛି । ‘ବିକ୍ରାନ୍ତ ରୋନା’ କନ୍ନଡ଼, ତାମିଲ, ତେଲୁଗୁ, ମାଲାୟାଲମ୍ ଓ ହିନ୍ଦୀ ସମେତ ଅନ୍ୟ ବିଦେଶୀ ଭାଷାରେ ମୁକ୍ତିଲାଭ କରିବ ।