ଭିମ୍ସାର୍ ବିସ୍ପୋରଣ : ବରିଷ୍ଠ ଅଧିକାରୀ ପଜିଟିଭ ଚିନ୍ହଟ
କରୋନା କବଳରୁ ବର୍ତ୍ତି ପାରିଲେନି ଭିମ୍ସାର୍ର ବରିଷ୍ଠ ଅଧିକାରୀ ।
(ବୁର୍ଲା) : କରୋନା କବଳରୁ ବର୍ତ୍ତି ପାରିଲେନି ଭିମ୍ସାର୍ର ବରିଷ୍ଠ ଅଧିକାରୀ । ପ୍ରଥମେ ଡାକ୍ତରୀ ଛାତ୍ର, ଡାକ୍ତର ଏବଂ କର୍ମଚାରୀଙ୍କ ପରେ ଏବେ ସମସ୍ତ ବରିଷ୍ଠ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଭିମ୍ସାର୍ ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ କୁମାର ମେହେର ଦୁଇଦିନ ପୂର୍ବରୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ ,ଅନ୍ୟପଟେ ମଙ୍ଗଳବାର ଅନ୍ୟତମ ଦୁଇ ଅଧିକାରୀ ମେଡିକାଲ ଅଧୀକ୍ଷକ ଡା. ଲାଲ୍ମୋହନ ନାୟକ ଏବଂ ମେଡିକାଲ ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେମାନେ ମଧ୍ୟ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।