ଆଦର୍ଶ ଆଚରଣ ବିଧି ଉଲ୍ଲଂଘନରେ ସିିଇଓଙ୍କ ପ୍ରେସମିଟ

0

ଭୁବନେଶ୍ୱର /ହରପ୍ରସାଦ ବିଶୋଇ: ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ଅଭିଯୋଗ ହେବାପରେ ସିଇଓ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ସବିଶେଷ ସୂଚନା ଦେଇଛନ୍ତି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ ଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସି ଭିଜିଲ ଆପ ମାଧ୍ୟମରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ ।

ଅଭିଯୋଗ ଆସିଲେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇତି ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୨ ଟି ଅଭିଯୋଗ ଆସିଛି ୨୧୬ ଜଣ ଗିରଫ ହୋଇଛନ୍ତି। । ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଡେଲ କୋଡ଼ ଅଫ କଣ୍ଡକ୍ଟ ନେଇ କଠୋର ହେବ କାର୍ଯ୍ୟାନୁଷ୍ଠାନ। ରାଜନୈତିକ ଦଳର ନେତା, କର୍ମୀ ଓ ପ୍ରାର୍ଥୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଚେତାବନୀ। ଆଦର୍ଶ ଆଚରଣ ବିଧି ମାନନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।