ଭୁବନେଶ୍ୱର: ପୋଲିସ ଓ ଓକିଲ ମଧ୍ୟରେ ଧସ୍ତାଧସ୍ତି । ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା । କଚେରି କଛରେ ଓକିଲଙ୍କ ଟେଣ୍ଟ ଉପାଡି ଫିଙ୍ଗିଲେ ପୋଲିସ । ସୁପ୍ରିମୋକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପୋଲିସ । ଆନ୍ଦୋଳନରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ।ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନରୁ ଉତ୍ତେଜନା । ତେବେ ପ୍ରତି ବୁଧବାର ପରି ଆଜି ମଧ୍ୟ ସମ୍ବଲପୁରରେ ଆନ୍ଦୋଳନରେ ବସିଲେ ଓକିଲ। ପରିସ୍ଥିତି ଠିକ୍ ନଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।