ସରଫରୋସ କି ହୈ ତମନ୍ନା ଅବ ହାମାରେ ଦିଲ୍ ମେଁ ହେ, ଦେଖନା ହୈ ଜୋର କିତନା ବାଜୁ-ଇ-କାତିଲ ମୈ ହେ : ଭଗତ ସିଂହ

ଆଜି ବୀର ଭଗତ ସିଂଙ୍କ ଜନ୍ମ ବାର୍ଷିକ। ୧୯୦୭ ମସିହା ୨୮ ସେପ୍ଟେମ୍ବର, ବଙ୍ଗ ଲ୍ୟାଲପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂ।

0

(ବ୍ୟୁରୋ) : ଆଜି ବୀର ଭଗତ ସିଂଙ୍କ ଜନ୍ମ ବାର୍ଷିକ। ଏହି ଦିବସରେ ଜଣେ ବୀର ପୁରୁଷଙ୍କର ଜନ୍ମ ହୋଇଥିଲା ଯିଏକି କାହାକୁ ନ ଡରି ବୀରପୁତ୍ର ର ପରିଚୟ ଦେଇଥିଲେ। ୧୯୦୭ ମସିହା ୨୮ ସେପ୍ଟେମ୍ବର, ବଙ୍ଗ ଲ୍ୟାଲପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂ। ଯାହା ବର୍ତ୍ତମାନ ପଞ୍ଜାବ ଓ ପାକିସ୍ତାନରେ ଅବସ୍ଥିତ। ଭଗତ ସିଂଙ୍କ ବିରତ୍ବ କଥା ଶୁଣିଲେ ଲୋମ ଟାଙ୍କୁରି ଉଠେ ଏବଂ ଏ ଦେଶର ପ୍ରତ୍ୟେକ ଯୁବକଙ୍କ ପାଇଁ ସେ ବୀରତ୍ବର ପ୍ରେରଣା ଦେଇଥାନ୍ତି।

୧୯୧୯ ମସିହାର ଜାଲିୱନାବାଲାବାଗ୍ ହତ୍ଯା କାଣ୍ଡରେ ରକ୍ତଭିଜା ମାଟିକୁ ଦେଖି ସ୍ବାଧୀନତା ସଂଗ୍ରାମ ପାଇଁ ପାଦ ବଢାଇଥିଲେ ଭଗତ ସିଂ ।ତେଣୁ ସେ ଗାନ୍ଧୀଙ୍କ ସହ ଅହିଂସା ନୀତିରେ ଯୋଗ ଦେଇଥିଲେ। ହେଲେ ଚୌରୀଚୌରା ଘଟଣାରେ ଭଗତ ସିଂ ହିଂସା ନୀତି ପ୍ରୟୋଗ କରି ଥାନା ଜାଳି ଦେଇଥିଲେ। ସେଥିପାଇଁ ମହାତ୍ମାଗାନ୍ଧୀ ତାଙ୍କୁ ସହଯୋଗ କରିନଥିଲେ। ତାହା ପରେ ଭଗତ ସିଂ ପାଠ ପଢାରେ ମନ ଦେଇଥିଲେ। ତେବେ ସେହି ସମୟରେ ଦେଖା ହୋଇଥିଲେ ଚନ୍ଦ୍ର ଶେଖର ଆଜାଦ, ସେ ଜଣେ ଚରମ ପନ୍ଥି ନେତା ଥିଲେ।

ଆମ ଦେଶରୁ ଇଂରେଜ ମାନେ ଯାହା ସେମାନଙ୍କ ଦେଶକୁ ବୋହି ନେଇ ଯାଉଥିଲେ। ଚନ୍ଦ୍ର ଶେଖର ଆଜାଦଙ୍କ ପ୍ରରୋଚନାରେ ଭଗତ ସିଂ ମାଲବୋଝେଇ ରେଳରେ କୌଶଳ କ୍ରମେ ପସି କିଛି ଜିନିଷକୁ ରଖିଦେଉଥିଲେ। ଏହି କ୍ଷତି ଇଂରେଜ ମାନଙ୍କୁ ସହିବାକୁ ପଡୁଥିଲା। ଘଟଣାକ୍ରମେ ଏମିତି ଚାଲିଥାଏ। ଦିନେ ଚନ୍ଦ୍ର ଶେଖର ଆଜାଦଙ୍କୁ ଇଂରେଜମାନେ ଘେରି ଯାଇ ଗୁଳି ଆକ୍ରମଣ କରିଥିଲେ। ସେତେବେଳେ ଚନ୍ଦ୍ର ଶେଖର ଆଜାଦଙ୍କ ପାଖରେ ଥିବା ବନ୍ଧୁକ ଗୁଳି ରେ ସେ ନିଜେ ସହିଦ ହୋଇଯାଇଥିଲେ।

ଲାଲା ଲଜପତ ରାୟଙ୍କୁ ମଧ୍ଯ ଲାଠିରେ ପିଟିପିଟି ମାରି ଦିଆଯାଇଥିଲା।ଏଭଳି ଲୋମ ହର୍ଷଣକାରୀ ଘଟଣାକୁ ନେଇ ଭଗତ ସିଂ ଏବଂ ତାଙ୍କ ସହଯୋଗୀ କେନ୍ଦ୍ରୀୟ ବିଧାନସଭା ଆଗରେ ବୋମା ପକାଇ ଥିଲେ। ଯାହା ଫଳରେ ଭଗତ ସିଂଙ୍କୁ ଗିରଫ କରାଯାଇଥିଲା। ଜନ ସାଉଣ୍ଡର ଓ ଚନ୍ନା ସିଂ ହତ୍ୟା ମାମଲାରେ ୧୯୩୧ ମସିହା ମାର୍ଚ୍ଚ ମାସରେ ଏକ ବରଗଛ ତଳେ ଫାସି ଦିଆଯାଇଥିଲା ଭଗତ ସିଂଙ୍କୁ। ମାତ୍ର ୨୩ ବର୍ଷ ବୟସରେ ସେ ଦେଶ ସଂଗ୍ରାମରେ ସହିଦ ହୋଇଥିଲେ। ଭଗତ ସିଂଙ୍କ ଜନ୍ମ ବାର୍ଷିକ ଆମକୁ ବୀରତ୍ବର କଥା ମନ ପକାଇ ଦିଏ।