ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

0

(ଦେଓଗାଁ ) : ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନି ଗ୍ରାମରେ । ପରିବାର ଲୋକେ ଅଭିଯୁକ୍ତ ଯୁବକକୁ ଧରି ପୋଲିସରେ ଦେଇଥିଲେ । ପୋଲିସ ଉକ୍ତ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି।

ସୂଚନାନୁଯାୟୀ, ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନି ଗ୍ରାମର କରମ ମେହେର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରି ଭାଇରାଲ୍ କରିଥିଲେ। ଉକ୍ତ ଯୁବତୀଙ୍କ ପରିବାର ଲୋକେ ଏସମ୍ପର୍କରେ ଜାଣିବା ପରେ ସଂପୃକ୍ତ ଯୁବକକୁ ଅଟକ ରଖି ଦେଓଗାଁ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଛି। ପରେ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।