ମାସ୍କ ନ ପିନ୍ଧି ମୁହଁ ଟାଣ ଦେଖଉଥିବା ଦମ୍ପତିଙ୍କ ଡ୍ରାମା , ପତ୍ନୀଙ୍କ ଭୟରେ ପିନ୍ଧିନଥିଲି ମାସ୍କ

0

(ନୂଆଦିଲ୍ଲୀ) : ମୁଁ ମୋ ସ୍ଵାମୀଙ୍କୁ କିସ୍ କରିବି, କଣ ତୁମେ ମୋତେ ଅଟକାଇ ଦେବ? ମୋ ବାପା ଜଣେ ଏସଆଇ। ଚାଲି ଆସିଲେ ଚାଲାଣ କାଟିବାକୁ…କରୋନା ନାଁରେ ନାଟକ କରୁଛି। ଏପରିକି ଚାଲାଣ କାଟିକି ଦେଖାଅ ବୋଲି ପୁଲିସକୁ ଖୋଲା ଧମକ ମଧ୍ୟ ଦେଇଥିଲେ। ହଁ ଦର୍ଶକ ବନ୍ଧୁ ଆପଣ ନିଶ୍ଚୟ ଜାଣିପାରିଥିବେ ସେଇ ଫୁଲ ହାଇଡ୍ରାମା ବିଷୟରେ କହୁଛି ।
ରବିବାର ସନ୍ଧ୍ୟାରେ ଦିଲ୍ଲୀର ଦରିୟାଗଞ୍ଜରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ଏକ ଦମ୍ପତି ପୋଲିସ ସହ ଯୁକ୍ତିତର୍କ ଓ ଦୁର୍ବ୍ୟବହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଧୁମ ଭାଇରାଲ୍ ହୋଇଥିଲା। ଲକଡାଉନ ନିୟମ ଉଲ୍ଲଙ୍ଘନ ଓ ନିୟମ ଭାଙ୍ଗିବା ଅଭିଯୋଗରେ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ ।
ତେବେ ଗିରଫ ହେବା ପରେ ଉକ୍ତ ଦମ୍ପତିଙ୍କ ପ୍ରତିକ୍ରିୟା ମିଳିଛି । ପଙ୍କଜ ଦତ୍ତା ସବୁ ଦୋଷ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଲଦିଛନ୍ତି। ସେ କହିଛନ୍ତି ଯେ, ସ୍ତ୍ରୀଙ୍କ ଭୟରେ ମାସ୍କ ପିନ୍ଧି ନଥିଲି। ସ୍ତ୍ରୀ ମାସ୍କ ପିନ୍ଧିବାକୁ ଦେଲେ ନାହିଁ। କାର ଭିତରେ ଦୁହିଁଙ୍କ ମଧ୍ୟରେ ମାସ୍କ ପିନ୍ଧିବାକୁ ନେଇ ଝଗଡା ହୋଇଥିଲା। ଯେବେବି ସ୍ତ୍ରୀଙ୍କ ସହ ନଥାଏ ମୁଁ ମାସ୍କ ପିନ୍ଧେ। ଏପରିକି ପୁଲିସ ସହ ଯୁକ୍ତିତର୍କ ହେବା ବେଳେ ସେ ତାଙ୍କ ସ୍ତ୍ରୀଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ ହେଲେ ତାଙ୍କ ସ୍ତ୍ରୀ ମାନି ନଥିଲେ।

ସେପଟେ ପୁଲିସ ଦ୍ଵାରା ଗିରଫ ହେବା ପରେ ମହିଳା ଜଣଙ୍କ କହିଛନ୍ତି ଯେ, ମାସ୍କ ଲଗାଇଲେ ତାଙ୍କୁ ଅଣନିଃଶ୍ଵାସୀ ଲାଗେ। ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ୍। କାରରେ କେବଳ ସେମାନେ ପତି-ପତ୍ନୀ ଦୁଇ ଜଣ ଥିଲେ। ତେଣୁ ମାସ୍କ ପିନ୍ଧିବା ଜରୁରୀ ନୁହେଁ।