ଧର୍ମ ନାଁ’ରେ ପାଲଟିଲେ ଅନ୍ଧ: ଭୁଲିଗଲେ ମାନବିକତା ଓ ମୂଲ୍ୟବୋଧ

0

ନୂଆଦିଲ୍ଲୀ: ଦର୍ଶକ ବନ୍ଧୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମାନ । ଏକଥା ଖାଲି କଥାରେ କହୁ କିମ୍ଭା ବହିରେ ପଢ଼ୁ । କିନ୍ତୁ ତା ବାସ୍ତବ ଜୀବନରେ ପୁରା ଓଲଟା । ଏକଥା ଆମେ କହୁନୁ ଏହି ଚିତ୍ର ହିଁ ବୟାନ କରୁଛି ଏଠାର ଧାର୍ମିକ ଭାବନାକୁ । ଭଲ କି ଦେଖନ୍ତୁ ଏହି ଭିଡ଼ିଓକୁ । ଏଥିରେ କିଛି ଲୋକ ତରଭୁଜକୁ ରାସ୍ତା ଉପରେ ଫୋପାଡ଼ି ନଷ୍ଟ କରୁଛନ୍ତି । ଆପଣ ଭାବୁଥିବେ ଏଥିରେ ଧାର୍ମିକ ଭାବନା ଉଠିଲା କେଉଁଠୁ ?

ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କି ଖାଲି ଧାର୍ମିକ ନୁହଁ ବରଂ ନିଜର ମାନବିକତା ବି ଭୁଲିଛନ୍ତି ଲୋକ । ଘଟଣାଟି ଏହିପରି ଯେ, ଜଣେ ମୁସଲମାନ ବ୍ୟକ୍ତି ନିଜର ପେଟ ପାଇଁ ନବରାତ୍ରୀରେ ହନୁମାନ ମନ୍ଦିର ଆଗରେ ବସି ତରଭୁଜ ବିକୁଥିଲେ । କିନ୍ତୁ କିଛି ବ୍ୟକ୍ତିଙ୍କୁ ଏକଥା ପସନ୍ଦ ଆସି ନଥିଲା । ଜଣେ ମୁସଲମାନ ହୋଇ କୌଣସି ଭାବେ ହିନ୍ଦୁ ମନ୍ଦିର ଆଗରେ ବସି ପାରିବେନି । ଏଭଳି କିଛି ନିଚ ମନଭାବ ରଖି ଗରିବ ଲୋକଟିର ସବୁତକ ତରଭୁଜକୁ ନଷ୍ଟ କରିଛନ୍ତି ।

ସେ ଗରିବ ବ୍ୟକ୍ତିର ଭୁଲ ବା କଣ ଥିଲା । ତାର ଏତିକି ଭୁଲ ଥିଲା ଯେ ସେ ଜଣେ ମୁସଲମାନ ହୋଇ ହିନ୍ଦୁ ମନ୍ଦିର ଆଗରେ ବସିଥିଲା । ତେବେ ସତରେ କଣ ମଣିଷ ଧର୍ମ ଭାବନରେ ଏତେ ତଳକୁ ଖସି ପାରେ । ନିଜ ଧର୍ମକୁ ଭଲ ପାଇବା ତାକୁ ସମ୍ମାନ ଦେବା ଠିକ ଅଛି । କିନ୍ତୁ ନିଜ ଧର୍ମରେ ଅନ୍ଧ ହୋଇ ଅନ୍ୟ ଧର୍ମକୁ ତଳେ ପକାଇବା କଣ ଠିକ । ସେ ଗୀତା ହେଉ କି କୁରାନ କେଉଁ ଥିରେ ତ ଲେଖାଯାଇନି ଯେ ଧର୍ମକୁ ଭଲ ପାଇବାର ତରିକା ଏପରି ବୋଲି । କାହା ମନରେ କଷ୍ଠ ଆଉ ଦୁଃଖ ଦେବା କଣ ପାପ ନୁହଁ ।