ବିଶାଖାପାଟଣା – ଜଗଦଲପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

ଟ୍ରାକରୁ ଖସିଗଲା ୫ଟି ବଗି, ଦୁଇ ରେଳ କର୍ମଚାରୀ ସସପେଣ୍ଡ

0

କୋରାପୁଟ: ବିଶାଖାପାଟଣା – ଜଗଦଲପୁର ପାସେଞ୍ଜର ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଛି। ଫଳରେ ୫ଟି ବଗି ଟ୍ରାକରୁ ବାହାରକୁ ଚାଲି ଯାଇଥିବା ଜଣାପଡିଛି। ତେବେ ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଛତ୍ରିପୁଟ ନିକଟରେ ଘଟିଥିବା ଜଣାପଡିଛି। ତେବେ ଦୁର୍ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ ଲାଇନଚ୍ୟୁତ ହୋଇଥିବାର ଖବର ଆସିଛି। ୪ଟି ବଗି ଲାଇନଚ୍ୟୁତ ହୋଇଥିଲେ ସୁଦ୍ଧା ଯାତ୍ରୀଙ୍କର କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚିବା ପରେ ଟ୍ରାକ ମରାମତି କାମ ଆରମ୍ଭ ହୋଇଛି। ଦୁର୍ଘଟଣାରେ ଫସିଥିବା ଯାତ୍ରୀଙ୍କୁ ବିଭାଗ ପକ୍ଷରୁ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ସମ୍ପୃକ୍ତ ଘଟଣାରେ ଦୁଇ ଜଣ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି। ଏନେଇ ଡିଆରଏମ ଅନୁପ ଶତପଥୀ ସୂଚନା ଦେଇଛନ୍ତି।