ମେ ୧୫ପର୍ୟ୍ୟନ୍ତ ଧର୍ମାନୁଷ୍ଠାନରେ ନୀତିକାନ୍ତି ବ୍ୟତୀତ ଭକ୍ତଙ୍କ ଦର୍ଶନ ବନ୍ଦ : ତହସିଲଦାର

0

(ଗଞ୍ଜାମ /ହରପ୍ରସାଦ ବିଷୋୟୀ) : କରୋନା ର ଦ୍ଵିତୀୟ ଲହର ଅତି ଭୟଙ୍କର ରୂପରେ ଦେଖାଦେଇଛି ଜ୍ଝଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ଦୃଢତାର ସହିତ ଏହାର ମୁକାବଲା କରିବା ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛି ।  ଦିନ ବିଭିନ୍ନ ଅନୁଷ୍ଠାନ କୁ ନେଇ ସେମାନଙ୍କ ସହିତ ଆଲୋଚନା କରିବା ସହିତ ସଚେତନ କରୁଥିବା ଜଣାପଡ଼ିଛି ଜ୍ଝଏହିକ୍ରମରେ କରୋନା କଟକଣାକୁ ନେଇ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ର ୫୧ ଗୋଟି ମନ୍ଦିର ପରିଚାଳନା କର୍ମକର୍ତ୍ତା ଙ୍କୁ ନେଇ ଏକ ସଚେତନତତା କାର୍ୟ୍ୟକ୍ରମ କୋଦଳା ତହସିଲ ପରିସରରେ ତହସିଲଦାର ଅବନୀ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଜ୍ଝ କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ୨୪ ତାରିଖରୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ଜ୍ଝ ଏଥିପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ହେବ ଜ୍ଝଏଥି ସହିତ ଜିଲ୍ଲାପାଳଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାଇ ୨୨/୦୪/୨୦୨୧ ଠାରୁ ୧୫/୦୫/୨୦୨୧ ପର୍ୟ୍ୟନ୍ତ ରୀତିନୀତି ବ୍ୟତୀତ ଅଞ୍ଚଳ ର ସମସ୍ତ ଧର୍ମଅନୁଷ୍ଠାନ ରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ବୋଲି ତହସିଲଦାର ଅବନୀ କୁମାର ସାହୁ କହିବା ସହିତ ଏହାକୁ ଗୁରୁତର ସହ ନେବାକୁ ପରାମର୍ଶ ଦେଇଥିଲେ ଜ୍ଝଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ପାଇଁ ଦୃଢ଼ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇଦେଇଥିଲେ ଜ୍ଝଏଥି ସହିତ ଯେଉଁମାନେ ମନ୍ଦିର ସେବା କାର୍ୟ୍ୟରେ ନିୟୋଜିତ ରହିବେ ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି ତହସିଲଦାର ଜ୍ଝ ଯେଉଁ ସେବାୟତ ମଧ୍ୟ ଏହାର ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର ଜ୍ଝଏହାକୁ ନେଇ ସକାଳୁ ସକାଳୁ ତହସିଲଦାର ସମସ୍ତ ସାର୍କିଲ ର ରାଜସ୍ୱ ନିରୀକ୍ଷକ ଙ୍କୁ କହି ଅଞ୍ଚଳ ର ପ୍ରତ୍ୟକ ମନ୍ଦିର ପ୍ରଶାସନ କୁ ସଚେତନ କରି ମନ୍ଦିର କାନ୍ଥ ରେ କରୋନା ଗାଇଡ଼ଲାଇନ ବାର୍ତ୍ତା ଲେଖାଥିବା ଲିଫଲେଟ ମାରିଥିଲେ ।