ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

0

( ଗଞ୍ଜାମ / ହରପ୍ରସାଦ ବିଷୋୟୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଶାଙ୍କୁଡା ପଂଚାୟତର ଲଛିପୁର ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତ୍ତିପ୍ରସ୍ତରରେ ଆନୁମାନିକ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଚିଙ୍ଗୁଡ଼ିଖୋଲ ପଂଚାୟତର ଉସ୍ତାଳିଠାରେ ୨୯ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଲଛିପୁର ଠାରେ ଓଭର ହେଡ ଟ୍ୟାଙ୍କ ଉସ୍ତାଳୀ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ବିଧାୟିକଙ୍କ ନିକଟରେ ପୂର୍ବରୁ ଦାବି କରିଥିଲେ। ଯାହାର ପ୍ରତିଶ୍ରୁତି ରଖି ବିଧାୟିକା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କରୋନା ପାଇଁ ବିଭିନ୍ନ ସ୍ଥାନରେ ସଭା କରାଯାଇ ସଚେତନ ରହିବା ପାଇଁ ଲୋକଙ୍କୁ ବିଧାୟିକା ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଗ୍ରାମ୍ୟ ଜଳଯୋଗଣ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ମହାରଣା, ଶାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ, ଚିଙ୍ଗୁଡ଼ିଖୋଲ ସରପଞ୍ଚ ବାଉରିବନ୍ଧୁ ଦାଶଙ୍କ ସମେତ ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।