‘ଦିଲ୍ଲୀ ଫାଇଲ୍ସ୍’ ତିଆରି କରିବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ
ନିକଟରେ କାଶ୍ମୀର ଫାଇଲ୍ସ୍ ବକ୍ସ ଅଫିସ୍ରେ ଧମାଲ୍ କରିଛି ।
(ମୁମ୍ବାଇ) : ନିକଟରେ କାଶ୍ମୀର ଫାଇଲ୍ସ୍ ବକ୍ସ ଅଫିସ୍ରେ ଧମାଲ୍ କରିଛି । ଏବେ ଦିଲ୍ଲୀ ଫାଇଲ୍ସ୍ ତିଆରି କରିବେ ନିର୍ଦ୍ଦେଶକ। ତେବେ ବିବେକ ଏବେ କେବଳ ଫିଲ୍ମର ଟାଇଟେଲ୍ ଘୋଷଣା କରିଛନ୍ତି।
ଫିଲ୍ମର ଏଭଳି ସଫଳତା ଦେଖି ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କର ପରବର୍ତ୍ତୀ ଫିଲ୍ମ ନେଇ ଘୋଷଣା କରିଛନ୍ତି। ଏନେଇ ସେ ତାଙ୍କର ଅଫିସିଆଲ୍ ଟ୍ଵିଟର୍ ହ୍ୟାଣ୍ଡେଲ୍ରେ ସୂଚନା ଦେଇଛନ୍ତି।
ତେବେ ବିବେକଙ୍କ ଏହି ଟ୍ଵିଟ୍ ପରେ ଫ୍ୟାନ୍ସଙ୍କ ଉତ୍ସୁକତା ଆହୁରି ବଢି ଯାଇଛି। ସୋସିଆଲ୍ ମିଡିଆରେ ୟୁଜରମାନେ ଏହାକୁ ନେଇ ବହୁ ମତ ଦେଉଛନ୍ତି। କିଛି ୟୁଜର ଲେଖିଛନ୍ତି ଯେ, ଦିଲ୍ଲୀ ଫାଇଲ୍ସ୍ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦର୍ଶାଯିବ।