ଅଜଣା ରୋଗରେ ପୀଡିତ ପୁଟିନ; ଚିନ୍ତାରେ ଋଷ

ପୁଟିନଙ୍କ ହାତରେ ଅଜବ ଚିହ୍ନ

0

ରିପୋର୍ଟ: ପୁଣି ଥରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଆଡକୁ ଗତି କରୁଛି । ପୁଟିନଙ୍କ ହାତରେ କିଛି ଫଟୋ ଏବେ ସାମ୍ମନାକୁ ଆସିଛି । ତାଙ୍କ ହାତରେ କିଛି ଅଜବ ପ୍ରକାରର ଚିହ୍ନ ଦେଖିବାକୁ ମିଳିଛି । ଯାହାକୁ ନେଇ ଅବସରପ୍ରାପ୍ତ ବ୍ରିଟିଶ ସେନା ଅଧିକାରୀ ରିଚାର୍ଡ ଡାନେଟ୍ କହିଛନ୍ତି ଯେ, ପୁଟିନଙ୍କ ହାତର ରଙ୍ଗ କଳା ଦେଖାଯାଉଛି ।

ଏହାର ସଙ୍କେତ ପୁଟିନ ଶରୀରର ଅନ୍ୟ କୌଣସି ସ୍ଥାନରେ ଇଞ୍ଜେକ୍ସନ ନେଇ ପାରିବେ ନାହିଁ । ବ୍ରିଟ୍ରେନ ସ୍ଥିତ ଏକ୍ସପ୍ରେସ୍ ର ଏକ ରିପୋର୍ଟ ଅପୁଯାୟୀ, ପୁଟିନଙ୍କ ହାତରେ ଅଜବ ପ୍ରକାରର ଚିହ୍ନ ଏବଂ ରଙ୍ଗ ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ, ପୁଟିନ ବାହାରକୁ ଯେତିକି ସୁସ୍ଥ ଦେଖା ଯାଉଛନ୍ତି ବାସ୍ତବରେ ସେ ସେତିକି ସୁସ୍ଥ ଅଛନ୍ତି କି ନାହିଁ ।

ଏହା ସହ ବ୍ରିଟେନର ପୂର୍ବତନ ସିଡିଏସ ଲର୍ଡ ଡେନଟ କହିଛନ୍ତି ଯେ, ପୁଟିନି ଗୁରୁତର ରୋଗରେ ପୀଡିତ ଥାଇ ପାରନ୍ତି । ଆମେ ଅନେକ ମାସରୁ ଏହାର ସଙ୍କେତ ଦେଇ ସାରିଥିଲୁ ଯେ, ପୁଟିନଙ୍କ ସ୍ୱାସ୍ଥ୍ୟ ଠିକ ନାହିଁ । ସେ ରୋଗରେ ପୀଡିତ ଅଛନ୍ତି । କିନ୍ତୁ ଋଷ ବାରମ୍ବାର ଦାବି କରି ଅସୁଛି ଯେ, ପୁଟିନଙ୍କ ସ୍ୱାସ୍ଥ ସମ୍ପୁର୍ଣର୍ ଠିକ ଅଛି ।

ହେଲେ ଦୀର୍ଘ ଦିନ ଧରି ଋଷ ରାଷ୍ଟ୍ରପତି କ୍ୟାନସର କିମ୍ବା ପାର୍କିସନ୍ସ ପରି ରୋଗରେ ପୀଡିତ ଥାଇପାରନ୍ତି ।ତେବେ ପୁଟିନ ଚଳିତ ମାସରେ ୭୦ ବର୍ଷ ବୟସରେ ପଦାପର୍ଣ କରିଛନ୍ତି । ତାଙ୍କ ଜନ୍ମ ଦିନ ଅବସରରେ ଋଷ ବାସିନ୍ଦା ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନିମନ୍ତେ ପ୍ରାର୍ଥନା କରିଥିବା ସୂଚନା ରହିଛି