ତୁଳସୀପଦରରେ ବ୍ୟାପିଲା ଝାଡା ବାନ୍ତି ,ଜଣେ ମୃତ ୨ଗୁରୁତର

0

ପାପଡାହାଣ୍ଡି(ଅନିଲ ପ୍ରଭାତ ଭତ୍ରା) :ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ତୁଳସୀପଦର ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି | ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇ ମେଡିକାଲ ଓ ୮ ଜଣ ଗ୍ରାମରେ ଅଛନ୍ତି|ଖବର ପାଇ ଏକ ଆଠ ଜଣ ମେଡିକାଲ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଛନ୍ତି ଜ୍ଝ ଝାଡା ବାନ୍ତିର କାରଣ ଦୂଷିତ ପାଣି କିମ୍ବା କିଛି ଅଖାଦ୍ୟ ବୋଲି ସନ୍ଦେହ କରାଯାଉଛି | ସୂଚନା ମୁତାବକ ଗତ ରବିବାର ଦିନ ଠାରୁ ଗ୍ରାମରେ ଝାଡା ବାନ୍ତି ଦେଖା ଦେଇଥିଲା| ଏଥିରେ ଆକ୍ରାନ୍ତ ରୁଆଇ ସାନ୍ତା ଙ୍କ ବୁଧବାର ମୃତ୍ୟୁ ହୋଇଥିବା ବେଳେ ସିଙ୍ଗାରି ସାନ୍ତା, ମନାରୀ ସାନ୍ତା ଙ୍କୁ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି |

ସେହିପରି ଶୁଣ୍ଡି ସାନ୍ତା, ମାଧବ ସାନ୍ତା, ରୋଏ ସାନ୍ତା, ଆନନ୍ଦ ସାନ୍ତା, ସାଧବ ସାନ୍ତା, ମିନା ସାନ୍ତା, ଗୋପି ସାନ୍ତା, ସୁନା ସାନ୍ତା ପ୍ରମୁଖ ଗ୍ରାମରେ ଚିକିତ୍ସା ଜାରିରହିଛି |ଡ଼ଃ ମୋହନ ଙ୍କ ନେତୃତ୍ୱରେ ୭ଜଣ ଷ୍ଟାଫ ଗ୍ରାମରେ ପହଁଚି ଚିକିତ୍ସା ଜାରି ରଖିଛନ୍ତି | ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯିବା ସହ ଗ୍ରାମ ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଯାଇଛି |ଝାଡା ବାନ୍ତିକୁ ନେଇ ଗ୍ରାମରେ ଭୟର ବାତା ବରଣ ଦେଖା ଦେଇଛି | ଅଧିକା ପରିମାର ସଂକ୍ରମଣ ଚିନ୍ତାର କାରଣ ପାଲଟିଛି|