ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଅତାବିରା ଓ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିର୍ବାଚନ ନିମନ୍ତେ ଏହାର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି । ୧/୧/୨୦୨୩ କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରି ୫/୦୧/୨୦୨୩ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଆଧାର କରି ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଯେଉଁମାନଙ୍କର ନାମ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରେ ଥାଇ ଭୁଲବଶତଃ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକାରେ ସ୍ଥାନ ପାଇ ନଥାଏ, ସେମାନଙ୍କ ନାମ ଅନ୍ତର୍ଭୁକ୍ତ କିମ୍ବା ସଂଶୋଧନ ପାଇଁ ଦାବି କରିପାରିବେ । ପ୍ରାଥମିକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୌଣସି ଭୋଟରଙ୍କ ସଂପର୍କରେ ଆପତ୍ତି ଦାଖଲ କରାଯାଇପାରିବ । ବିଧାନସଭା ଭୋଟର ତାଲିକାରେ ନାମ ନଥିବା କୌଣସି ନୂଆ ଭୋଟରଙ୍କ ନାମ ଯୋଗ କରାଯାଇପାରିବ ନାହିଁ । ପ୍ରଥମ ଥର ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ଜାତୀୟ ସ୍ତରର ସ୍ୱୀକୃତିପ୍ରାପ୍ତ, ରାଜ୍ୟର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଜିଲ୍ଲାସ୍ତରରେ ପ୍ରାଥମିକ ଭୋଟର ତାଲିକାର ଏକ କିତା ନକଲ ମାଗଣାରେ ନିର୍ବାଚନ ଅଧିକାରୀମାନେ ପ୍ରଦାନ କରିବେ ଓ ଅନ୍ୟାନ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷମାନେ ନିର୍ବାଚନ ଅଧିକାରୀଙ୍କଠାରୁ ତାହା କିଣିପାରିବେ । ଅତାବିରା ଓ ହିନ୍ତୋଳ ଅଧିସୂଚିତ କ୍ଷେତ୍ର ପରିଷଦ ନିର୍ବାଚନ ନିମନ୍ତେ ନିମ୍ନ ପ୍ରକାରରେ ଭୋଟର ତାଲିକା ପ୍ରସ୍ତୁତ କର୍ଯ୍ୟକ୍ରମ କରାଯିବ । ୨୮/୦୧/୨୦୨୩ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ । ୨୯/୦୧/୨୦୨୩ ଠାରୁ ୦୩/୦୧/୨୦୨୩ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ଓ ଆପତ୍ତି ଦାଖଲ କରିପାରିବେ । ୯/୦୨/୨୦୨୩ ରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦାବି ଓ ଆପତ୍ତିଗୁଡ଼ିକର ତଦନ୍ତ ଓ ପଇସଲା କରାଯିବ । ୨୧/୦୨/୨୦୨୩ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଓ ୨୪/୦୧/୨୦୨୩ ରେ ଚୂଡ଼ାନ୍ତ ଭୋଟର ତାଲିକ ପ୍ରକାଶ ପାଇବ ଓ ୨୪/୦୧/୨୦୨୩ ରେ ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ ଜଣାଇଛନ୍ତି ।