ଆଜି ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ

0

ନୂଆଦିଲ୍ଲୀ: ଆଜି ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୧୯ ଜିଲ୍ଲାରେ ୮୯ ଆସନରେ ୭୮୮ ଜଣ ପ୍ରତିଦ୍ବନ୍ଦୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେପି ଶାସିତ ଏହି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଙ୍ଗଳବାର ଅପରାହ୍ନ ୫ ଟାରେ ଶେଷ ହୋଇଛି । ଆଜି ସକାଳ ୮ ଟାରୁ ୫ ଟା ମଧ୍ୟରେ ୧୪୩୮୨ ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ସାରିବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ୨୦୧୭ ସାଧାରଣ ନିର୍ବାଚନରେ ଏହି ୮୯ଟି ସିଟରେ ବିଜେପି ୪୮ ଟି ଜିତିଥିବା ବେଳେ କଂଗ୍ରେସ ୪୦ଟି ଆସନ ଅକ୍ତିଆର କରିଥିଲା ଏବଂ ଗୋଟିଏ ସିଟ ସ୍ବାଧୀନ ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା । ଏମାନଙ୍କ ଭିତରେ ବହୁଜନ ସମାଜ ପାର୍ଟି, ସମାଜବାଦି ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ଏବଂ ଭାରତୀୟ ଟ୍ରାଇବାଲ ପାର୍ଟି ଭଳି ରାଜନୈତିକ ଦଳ ବିଭିନ୍ନ ଆସନରେ ପ୍ରାର୍ଥୀ ମଧ୍ୟ ଦେଇଛନ୍ତି । ସମସ୍ତ ୮୯ ଆସନରେ ବିଜେପି ଏବଂ କଂଗ୍ରେସ ନିଜର ପ୍ରାର୍ଥୀ ଦେଇଛନ୍ତି ।