ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ପାଇଁ କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି । ଆଜି ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ଏହି ଉପନିର୍ବାଚନ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ ୨ଲକ୍ଷ ୬୯ ହଜାରରୁ ଅଧିକ ମତଦାତା ।ତେବେ ମତଦାନ ପାଇଁ ୩୧୯ ବୁଥରେ ୧ ହଜାର ୨୭୬ ପୋଲିଂ ଅଧିକାରୀ ନିଯୁକ୍ତି କରାଯାଇଥିବା ସୂଚନା ରହିଛି । ଏହା ସହ ପ୍ରତି ବୁଥ ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।
ସୂଚନାମୁ୍ତାବକ, ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । ଏହା ସହ ଭୋଟଗ୍ରହଣରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି ।ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି । ତେବେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ୧,୩୦,୩୩୧ ଜଣ ପୁରୁଷ, ୧,୨୮,୯୮୧ ଜଣ ମହିଳା ଏବଂ ୧୪ଜଣ ତୃତୀୟ ଲିଙ୍ଗୀ ଭୋଟ ଦେବେ ।