ୱଣ୍ଡର ୱାଲର୍ଡର ସେକ୍ସି ଡ୍ୟାନ୍ସ୍

0

ବ୍ୟୁରୋ: ୱାର୍ଟର ପାର୍କ । ଗ୍ରୀଷ୍ମଦିନେ ଏହି ପାର୍କର ଭରପୁର ମଜା ଉଠାଇବାକୁ ବେଶ ଭିଡ଼ ହୋଇଥାଏ । ଶହ ଶହ ଯୁବକ ଯୁବତୀ ୱାର୍ଟର ପାର୍କରେ ଭିଡ଼ ଜମାଇ ଥାନ୍ତି । କେବଳ ଯୁବକ ଯୁବତୀ କାହିଁକି ଅନେକ ପରିବାର ଛୋଟ ପିଲାଙ୍କ ସହିତ ଛୁଟି ଦିନେ ସେଠାକୁ ବୁଲି ଯାଇଥାନ୍ତି । କିନ୍ତୁ ବେପାର ନାଁରେ ଏବେ ୱାର୍ଟର ପାର୍କରେ ଅନୈତିକ କାର୍ଯ୍ୟ ଚାଲୁଥିବା ନଜରକୁ ଆସିଛି । ୱାର୍ଟର ପାର୍କ ଭିତରେ ଯୁବପିଢ଼ୀଙ୍କୁ ଆକର୍ଷିତ କରିବାକୁ ଯାଇ ଅଶ୍ଳୀଳ ନୃତ୍ୟୁ ପରିବେଷଣ କରାଯାଉଛି । ସେକ୍ସି ଡ୍ୟାନ୍ସରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ ।

ପୁରୀ ମାଳତୀପାଟପୁରରେ ଥିବା ଓଣ୍ଡର ୱାଲର୍ଡ ୱାର୍ଟର ପାର୍କର ଏହି ଦୃଶ୍ୟ । ହୋସ ନା ଖବର ହେ.. ଏ କେସା ଅସର ହେ.. ତୁମ ସେ ମିଲନେ କେ ବାଦ୍ ଦିଲବର..ଦିଲବର । ଏହି ଭଳି ଗୀତ ଯୁବ ପଢ଼ିଙ୍କୁ ମତୁଆଲା କରୁଥିଲା । ପାର୍କ ନିକଟରେ ବିଅର କେନ୍ । ଖୁଲମ ଖୁଲା ଭାବେ ବିକ୍ରି ହେଉଥିଲା । ଯୁବକମାନେ ହାତରେ ବିଅର ବୋତଲ ଧରି ଡ୍ୟାନ୍ସ ମଧ୍ୟ କରୁଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଛୋଟପିଲାଙ୍କ ସହିତ ଯାଇ ଥିବା ପରିବାର ଲୋକ ମଧ୍ୟ ଲଜ୍ଜିତ ହୋଇ ଯାଇଥିଲେ ଏସବୁ ଦୃଶ୍ୟକୁ ଅତି ପାଖରୁ ଦେଖି ।

ବଡ଼ କଥା ହେଉଛି ନିଶାରେ ଟୁଳୁମୁଳୁ ହେଉଥିବା ଯୁବକମାନେ ନୃତ୍ୟ କରୁଥିବା ଯୁବତୀର ସ୍ପର୍ଶ ଟିକକ ପାଇବା ପାଇଁ ସୁଇମିଂ ପୁଲ୍ର ବିପଦପୂର୍ଣ୍ଣ ଅଂଚଳକୁ ମାଡ଼ି ଯାଉଛନ୍ତି । ନିୟମ ରହିଛି ପ୍ଲବିକ ପ୍ଲେସରେ କୌଣସି ପରିସ୍ଥିତିରେ ଏଭଳି ଅଶ୍ଳୀଳ ନୃତ୍ୟ ହୋଇ ପାରିବ ନାହିଁ । ତାହା ପୁଣି ଏକ ପାର୍କ ଭିତରେ । କିନ୍ତୁ କେମିତି ସେଠାରେ ଏଭଳି ଅଶ୍ଳୀଳ ନୃତ୍ୟୁ ହେଉଛି ଯାହା ଜିଲ୍ଲା ପ୍ରଶାସନ ଓ ପୁଲିସ ଜାଣି ପାରୁ ନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏଠି ପ୍ରଶ୍ନ ଉଠୁଛି, କିଏ ଦେଇଛି ଏଭଳି ଅଶ୍ଳୀଳ ନୃତ୍ୟୁ କରିବାକୁ ଅନୁମିତି ? ଜିଲ୍ଲା ପ୍ରଶାସନ ଏନେଇ ଅବଗତ ଅଛନ୍ତି ନା ନାହିଁ ? ଓପନ୍ ବାର ନେଇ ପୁଲିସ ଓ ଅବକାରୀ ପାଖରେ ଖବର ଅଛି ତ ? ଯଦି ଖବର ଅଛି ତାହା ହେଲେ ଏଭଳି ନୃତ୍ୟ ଓ ଓପନ୍ ବାର୍ ଲିଗାଲ୍ ନା ଇଲିଗାଲ ?