ଜଳ ସେବା ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର: ନିର୍ଭୟା ଚ୍ୟାରିଟେବୁଲ ଟ୍ରଷ୍ଟ ତରଫରୁ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ଵାର ନିକଟରେ ଏକ ଜଳ ସେବା ଶିବିର ଅନୁଷ୍ଠିତ ହୋଇଛି ।  ଏଥିରେ ଜଳ ଦାନ ସହ ମନ୍ଦିର ଭିତର ବେଢ଼ା ପରିଷ୍କାର କରାଯାଇଥିଲା ।   ଏଥିରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଏବଂ ସଦସ୍ୟା ଉପସ୍ଥତ ଥିଲେ। ଟ୍ରଷ୍ଟ ର ଅଧ୍ୟକ୍ଷା ତଥା ଶବ ର ସାଥୀ ରିତୁ ରାଣୀ ସାସମଲଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

 

ଏଥିରେ ସନ୍ଧ୍ୟା ରାଣୀ ବିଶୋଇ, ମମତା ସ୍ୱାଇଁ, ରୁପଶ୍ରୀ ସାହୁ, ବର୍ଷା ଦାସ, ଶାଶ୍ଵତୀ ନାୟକ, ସୁଜାତା ମିଶ୍ର, ଆରତୀ ଦସ୍, ଦିଲୀପ ନାୟକ, ତ୍ରିଲୋଚନ ମହାନ୍ତି, ନିରଞ୍ଜନ ଷଡ଼ଙ୍ଗୀ, କୃପାନିଧି ବେହେରା, ଅଭିଷେକ କର, ଝୁନା ନାୟକ , ଶ୍ୱେପଦ୍ମା ସେନାପତି, ପ୍ରଶାନ୍ତକୁମାର ନାୟକ ଆଦି ଉପସ୍ଥିତ ରହି କିପରି ଭାବରେ ମହାପ୍ରଭୁ କାମ ଭଲରେ ହେବ ତାହା ତଦାରଖ କରିଥିଲେ।