ଜାତିସଂଘରେ ଭାରତର ସ୍ୱାଧିନ ପକ୍ଷ ପାଇଁ ଆମେ କୃତଜ୍ଞ : ରୁଷ ରାଷ୍ଟ୍ରଦୂତ

0

ଖାରକିଭ୍: ଘନ ଘନ ଚାଲିଛି ମିଶାଇଲ ମାଡ । ଯୁଦ୍ଧରେ ଥରହର ୟୁକ୍ରେନ । ହେଲେ ହାର ମାନିବାକୁ ନାରାଜ ୟୁକ୍ରେନ । ଦେଶର ନାଗରିକଙ୍କ ଚିନ୍ତାରେ ୟୁକ୍ରେନର ରାଷ୍ଟ୍ରପତି । ଆଜି ସରକାରୀ ପୋଲିସ ବିଲ୍ଡିଂକୁ ଉଡାଇଦେଇଛି ଋଷ । ନିଜ ଜୀବନକୁ ବଞ୍ଚାଇବା ପାଇଁ ନାଗରିକ ଏବଂ ସେଠାରେ ଥିବା ଭାରତୀୟ ବିକଳ ହେଉଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ଭାରତ ସରକାରଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରୁଥିବା ନଜିର ରହିଛି । ଭାରତ ମଧ୍ୟ ୟୁକ୍ରେନରେ ଫସିଥିବା ଛାତ୍ରଛାତୀଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଗଙ୍ଗ।। ଆରମ୍ଭ କରାଯ।।ଇଛି । କିଏ କାହାକୁ ସପୋର୍ଟ କରୁଛି ,ତାକୁ ଜାଣିବା ପାଇଁ ନିର୍ବାଚନ କରାଯାଇଥିଲା । କିନ୍ତୁ ଭାରତ ଭୋଟ ଦେଇ ନଥିଲା । ସେପଟେ ୟୁକ୍ରେନର ଖାରକିଭ୍ ଏବଂ ପୂର୍ବ ଭାଗରେ ରହୁଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତୀୟ ଅଧିକାରୀଙ୍କ ସହ ଆମେ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ୍ । ଅବାଧରେ ଭାରତ ସହ ଏହି ଚୁକ୍ତି ପୁରଣ ହେବ । ପୁରୁଣା ଅବା ନୂଆ ଯାହା ବି କଟକଣା ଲାଗିଛି ସେଥିରେ ଏହି ଚୁକ୍ତିରେ କୌଣସି ବାଧା ସୃଷ୍ଟି ହେବନି ବୋଲି ସେ କହିଛନ୍ତି । ଭାରତ ସହ ଆମର ସ୍ୱତନ୍ତ୍ର ଯୋଜନା ରହିଛି । ଜାତିସଂଘରେ ଭାରତ ସ୍ୱାଧୀନ ପକ୍ଷ ପାଇଁ ଆମେ କୃତଜ୍ଞ । ଏହି ସଙ୍କଟର ମୂଳ କାରଣ କ’ଣ ତାହା ଭାରତ ବୁଝିପାରିଛି ବୋଲି ଋଷ ରାଷ୍ଟ୍ରଦୂତ କହିଛନ୍ତି । ଜରୁରୀକାଳୀନ ଉଦ୍ଧାର ପାଇଁ ଭାରତୀୟମାନଙ୍କୁ ଋଷ ପରିସୀମା ଦେଇ ଉଦ୍ଧାର କରିବାକୁ ଭାରତ ଅନୁରୋଧ କରିଥିବା ସେ କହିଛନ୍ତି । ଋଷ ଉପରେ କଟକଣା ଲଗାଇବା ପରେ ଋଷ ଠାରୁ ଭାରତ କିଣିବାକୁ ଥିବା ଏସ୍-୪୦୦ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ।