ବାକ୍ ଶୂନ୍ୟ କରିଦେଲ ଅରିନ୍ଦମ

0

ଭୁବନେଶ୍ୱର: ଜନ୍ମ ପରି ମୃତ୍ୟୁ ଚିରନ୍ତନ ସତ୍ୟ ଓ ପୂର୍ବ ନିର୍ଦ୍ଧାରିତ । ଯିଏ ଯେତେ ଶକ୍ତିଶାଳୀ ହୋଇଥାନ୍ତୁ ନା କାହିଁ ମୃତ୍ୟୁ ନିକଟରେ ଅସହାୟ । ନୋହିଲେ ଯେଉଁ ଦୁଃସାହସିକ ସାମ୍ବାଦିକତା କରି ଅରିନ୍ଦମ ଦାସ ସାମ୍ବାଦିକତା କ୍ଷେତ୍ରରେ ସ୍ୱତନ୍ତ୍ରତା ହାସଲ କରିଥିଲେ ସେହି କାର୍ଯ୍ୟ ତାଙ୍କ ମୃତ୍ୟୁର କାରଣ ହୋଇ ନ ଥାନ୍ତା । ଆଜି ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅରିନ୍ଦମ ଏ ତୁମେ କଣ କଲ? କି ଆବଶ୍ୟକତା ଥିଲା ଏଭଳି ଦୁଃସାହସିକ ପଦକ୍ଷେପ ନେବାର? ତୁମର ଗୋଟିଏ ଭୁଲ ତୁମକୁ ଆମ ସମସ୍ତଙ୍କଠୁ ସବୁ ଦିନ ପାଇଁ ଦୂରେଇନେଲା ସେ ଅଫେରା ରାଇଜକୁ ।


ଗତ କାଲି ଘଟଣା ସବୁ ଏପରି ଆକସ୍ମିକ ତଥା ତଡିତ ଥିଲା ଲାଗୁଛି ସବୁ ପୂର୍ବ ନିର୍ଦ୍ଧାରିତ । କିନ୍ତୁ ଏହି ଘଟଣା ସାମ୍ବାଦିକ ମହଲକୁ ଦୋହଲାଇ ଦେଇଛି । ସବୁବେଳେ ସବୁ ଖବରକୁ ଘଟଣାର ଅତି ନିକଟରୁ ଓ ନିଛକ ଭାବେ ପ୍ରସାରଣ କରିବା ଯେମିତି ଥିଲା ତୁମର ଏକ ଦୁର୍ବଳ ଓ ଦୁର୍ବାର ନିଶା । ସବୁ ଦୁର୍ବିପାକରେ ସାଥିଙ୍କ ବାରଣ ସତ୍ତେ୍ୱ ଗ୍ରାଉଣ୍ଡ ଜିରୋରେ ତୁମେ ଉପସ୍ଥିତ ଥାଅ । ଲୋକଙ୍କ ସମସ୍ୟା ହେଉ ବା ଦୁର୍ବିର୍ପାକର ପ୍ରକୋପ ସବୁକୁ ଦେଖାଉଥାଅ ନିର୍ଭୀକତାର ସହ । ଏହି କଳା ତୁମକୁ ଘରେ ଘରେ ପରିଚିତ କରିଥିଲା ଦୁଃସାହସୀ ସାମ୍ବାଦିକ ଭାବେ । ତୁମ କାମ ଦେଖିଲେ ଲାଗୁଥିଲା ସାମ୍ବାଦିକତା ପାଇଁ ହିଁ ତୁମ ଜୁୁନ୍ମ ହୋଇଥିଲା, ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା କି ଆଗକୁ ଦେଖିବାକୁ ମିଳିବ ନାହିଁ । ତୁମର ଗୋଟିଏ ନିଷ୍ପତ୍ତି ଆଜି ଆମକୁ ଦେଇଗଲା ଏକ ଅପୂରଣୀୟ କ୍ଷତି । ଖାଲି ସାମ୍ବାଦିକତା କ୍ଷେତ୍ରରେ ତୁମେ ଅଲିଭା ଛାପ ଛାଡି ଯାଇଛ କହିଲେ ଭୁଲ ହେବ । ମଣିଷ ହିସାବରେ ତୁମେ ଅନ୍ୟମାନଙ୍କଠୁ ଥିଲ ବହୁ ଊଦ୍ଧ୍ୱର୍ରେ । ଅନ୍ୟ ପ୍ରତି ସାହାଯ୍ୟ, ସହାନଭୂତିରେ ଭରିଥିଲା ତୁମ ହୃଦୟ, ଯାହା ଚିର ସ୍ମରଣୀୟ ହୋଇ ରହିବ ଆମମାନଙ୍କ ମନ ମଧ୍ୟରେ । ଶବ୍ଦ ନାହିଁ ବଖାଣିବାକୁ ତୁମ ବ୍ୟକ୍ତିତ୍ୱ ଓ ସାମ୍ବାଦିକତା । ତୁମ ବିୟୋଗରେ ରିପୋର୍ଟରସ୍ ଟୁଡେ ପରିବାରର ସମସ୍ତ ସଦସ୍ୟ ମ୍ରିୟମାଣ । ତୁମ ଅମର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ନିକଟରେ ଆମେ ନିରବ ପ୍ରାର୍ଥନା ପୂର୍ବକ ଆମ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ । ଓଁ ଶାନ୍ତି!