ଭୁବନେଶ୍ୱର (ହର ପ୍ରସାଦ ବିଷୋୟୀ ):ଗୃହ ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଓଡିଶା ଫେରିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଓଡିଶା ଫେରି ବର୍ଷି ଛନ୍ତି ଜୟନାରାୟଣ ମିଶ୍ର ୨୪ରେ ଆମେ ଓଡ଼ିଶାରେ ଫସଲ ଅମଳ କରିବୁ ଅର୍ଥାତ ସରକାରକୁ ଆସିବୁ ବୋଲି କହିଛନ୍ତି ଜୟ ନାରାୟଣ । ଯେହେତୁ ଫଳ ଧରିନି ସେଥିପାଇଁ ଦେଖା ଯାଉନି କିନ୍ତୁ ଆମେ ଧାନ ବିଲରେ ଚାଷ କାମରେ ଲାଗିଛୁ । ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି । ଆମେ ମଧ୍ୟ ସେମିତି ସରକାର ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ । ଏକା ଦିନରେ ତ ସବୁ କିଛି ହୁଏ ନାହିଁ। ସେଥିପାଇଁ ପ୍ରକ୍ରିୟା ଜାରି ରହିଛି ।ସିବିଆଇ ଓ ଇଡ଼ିର ତଦନ୍ତ ରାଜ୍ୟରେ ହେବ କି ବୋଲି ପ୍ରଶ୍ନରେ ଜୟ ନାରାୟଣଙ୍କ ଉତ୍ତର,ମୁଁ ସିବିଆଇ ଆଉ ଇଡ଼ିର ପ୍ରବକ୍ତା ନୁହେଁ । ସିବିଆଇ , ଇଡ଼ି ଆମର ରାଜନୈତିକ ଅସ୍ତ୍ର ନୁହେଁ । ଆମର କର୍ମ କର୍ତାଙ୍କ ପରିଶ୍ରମ ରେ ଆମେ ପରିବର୍ତ୍ତନ ଆଣିବୁ । କିନ୍ତୁ ଓଡିଶାକୁ ସିବିଆଇ ଓ ଇଡ଼ି ଆସିବାର ନିଶ୍ଚିତ ଆବଶ୍ୟକତା ରହିଛି । ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ରହିଛି ।